Odisha Link
Bridging the Missing Links in Odisha

ଜାତୀୟ ପୋଷଣ ମାସ: “ସଚେତନତା ମାଧ୍ୟମରେ କୁପୋଷଣ ମୁକ୍ତ ସମାଜ ଗଠନ ସମ୍ଭବପର’’

ଭୁବନେଶ୍ବର: କୁପୋଷଣ ମୁକ୍ତ ଓଡ଼ିଶା ଗଠନ ଆଜିର ଦିନରେ ଆମ ସମସ୍ତଙ୍କ ପାଇଁ ଏକ ବଡ଼ ଆହ୍ୱାନ। ଏହି ଆହ୍ୱାନକୁ ସାମ୍ନା କରିବାକୁ ହେଲେ ଲୋଡ଼ା, ସଚେତନତା ଓ ନିଷ୍ଠା ପର ଉଦ୍ୟମ। କୁପୋଷଣକୁ ସଂପୂର୍ଣ୍ଣ ଭାବେ ଦୂର କରି ଓଡ଼ିଶାକୁ ଏକ ନମ୍ବର ରାଜ୍ୟ ଭାବରେ ଗଢ଼ି ତେଳିବା ପାଇଁ ସମସ୍ତଙ୍କ ମିଳିତ ଉଦ୍ୟମ ଆବଶ୍ୟକ ବୋଲି ଆଜି ଜାତୀୟ ପୋଷଣ ମାସ-୨୦୧୯ ପାଳନ ଅବସରରେ ଅତିଥିମାନେ ମତବ୍ୟକ୍ତ କରିଥିଲେ। ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ପକ୍ଷରୁ ସ୍ଥାନୀୟ ଜୟଦେବ ଭବନଠାରେ ଆୟୋଜିତ ଜାତୀୟ ପୋଷଣ ମାସ-୨୦୧୯ ପାଳନ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ଯୋଗ ଦେଇ କହିଲେ ପୂର୍ବରୁ ଓଡ଼ିଶା କୁପୋଷଣ କ୍ଷେତ୍ରରେ ୬୩ ପ୍ରତିଶତ ଥିବା ବେଳେ ସରକାରଙ୍କ ନିରନ୍ତର ଉଦ୍ୟମ ଫଳରେ ଏହା ୩୭ ପ୍ରତିଶତକୁ ଖସି ଆସିଛି।

ଶିଶୁମାନେ ହେଉଛନ୍ତି ଦେଶର ଶକ୍ତି ଓ ପ୍ରଗତି। ସେମାନଙ୍କର ଅପପୁଷ୍ଟିଜନିତ ରୋଗକୁ ଦୂର କରିବା, ଶାରୀରିକ, ମାନସିକ ଓ ବୌଦ୍ଧିକ ବିକାଶ କରାଇ ଶିଶୁମାନଙ୍କୁ ଉତ୍ତମ ନାଗରିକ ଓ ସୁଯୋଗ୍ୟ ଦାୟଦ ରୂପେ ଗଢ଼ିତୋଳିବା ଆମ କର୍ତ୍ତବ୍ୟ। ଏହା ଆମ ସମସ୍ତଙ୍କ ପାଇଁ ଏକ ଆହ୍ୱାନ ବୋଲି ମନ୍ତ୍ରୀ ଶ୍ରୀ ଦାଶ ମତବ୍ୟକ୍ତ କରିଥିଲେ। ଉପକୂଳ ଅଞ୍ଚଳରେ କୁପୋଷଣ ହାରକୁ ଆମେ କମାଇବାକୁ ସକ୍ଷମ ହୋଇଥିବା ବେଳେ ବର୍ତ୍ତମାନ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳକୁ କୁପୋଷଣ ମୁକ୍ତ କରିବା ଉପରେ ସରକାର ଗୁରୁତ୍ୱ ଦେଉଛନ୍ତି ବୋଲି ମନ୍ତ୍ରୀ ଶ୍ରୀ ଦାଶ କହିଥିଲେ।ସମ୍ମାନିତ ଅତିଥି ଭାବେ ସୂଚନା ଓ ପ୍ରଯୁକ୍ତି ବିଦ୍ୟା, କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ତୁଷାରକାନ୍ତି ବେହେରା ସଚେତନତା ଅଭାବକୁପୋଷଣର ମୂଳ କାରଣ ବୋଲି କହିଥିଲେ। ବର୍ତ୍ତମାନ ବୈଜ୍ଞାନିକ ପଦ୍ଧତିରେ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯାଇଥିବା ଫଳରେ ଶିଶୁ ଓ ମାତୃମୃତ୍ୟୁହାର ଯଥେଷ୍ଟ ହ୍ରାସ ପାଇଛି ବୋଲି କହିଥିଲେ।

ମହିଳା ଓ ଶିଶୁ ବିକାଶ ବିଭାଗ ଉପଦେଷ୍ଟା ସୁଲତା ଦେଓ ଉତ୍ସବରେ ଯୋଗଦେଇ ମାତୃ ଏବଂ ଶିଶୁ ମୃତ୍ୟୁହାର କମାଇବା କ୍ଷେତ୍ରରେ ଓଡ଼ିଶା ଆଜି ସମଗ୍ର ଦେଶରେ ଆଗରେ ରହିଛି। ରାଜ୍ୟ ସରକାରଙ୍କ ‘ମମତା’ ଯୋଜନା ରାଜ୍ୟରେ ମାତୃଓ ଶିଶୁ ମୃତ୍ୟୁହାର ରୋକିବାରେ ଯଥେଷ୍ଟ ଫଳ ପ୍ରଦ ହୋଇଛି। ଅଙ୍ଗନବାଡ଼ି ଜରିଆରେ ପୁଷ୍ଟିକର ଖାଦ୍ୟ ଏବଂ ଆଇରନ ବଟିକା ଆଦି ଯେଗାଇବାରେ ସରକାର ବହୁ ଅର୍ଥ ବିନିେଯୋଗ କରିଥିବା ଶ୍ରୀମତୀ ଦେଓ କହିଥିଲେ।

ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗର ଅଧ୍ୟକ୍ଷା ସନ୍ଧ୍ୟାବତୀ ପ୍ରଧାନ ସ୍ୱାଗତ ଭାଷଣ ଦେବା ସହ ପୋଷଣଯୁକ୍ତ ଖାଦ୍ୟର ବ୍ୟବହାର ଓ ଅଙ୍ଗନବାଡ଼ି କର୍ମୀମାନେ ସରକାରଙ୍କ ୫ ‘ଟି ’ ସୂତ୍ର ପାଳନ ସହ କୁପୋଷଣ ଦୂର କରିବା ନେଇ କାର୍ଯ୍ୟକରିବା ପାଇଁ ପରାମର୍ଶ ଦେଇଥିଲେ। ଭାରତ ସରକାରଙ୍କ ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ ନ୍ୟୁଟ୍ରିସନ ବୋର୍ଡର ପ୍ରଦର୍ଶନ ଅଧିକାରୀ ପି.କେ.ମିଶ୍ର କୁପୋଷଣର ବିଭିନ୍ନ କାରଣ ଏବଂ ନିରାକରଣ ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ।

Comments are closed.