Odisha Link
Bridging the Missing Links in Odisha

ବ୍ରିଜ୍ ଉପରୁ ପାଣିକୁ ଡେଇଁଲେ ନବମ ଶ୍ରେଣୀ ଛାତ୍ର

ରାଉରକେଲା: ନବମ ଶ୍ରେଣୀ ଛାତ୍ର ନଦୀକୁ ଡ଼େଇଁ ନିଖୋଜ ହୋଇଛନ୍ତି। ନିଖୋଜ ଛାତ୍ରଙ୍କ ନାଁ ନିଲେଶ ଦାସ। ସେ କୋଏଲ ନଗର ସି-ବ୍ଲକ୍ ୧୮୧ରେ ରହୁଥିବା ନିର୍ମଳ ଦାସଙ୍କ ପୁଅ। ନିଖୋଜ ଛାତ୍ର ନିଲେସ ଜଗଦା ସ୍ଥିତ ଏମଜିଏମ ଇଂରାଜୀ ମାଧ୍ୟମ ବିଦ୍ୟାଳୟର ନବମ ଶ୍ରେଣୀରେ ପଢୁଛନ୍ତି।
ସୂଚନା ଅନୁସାରେ, ଆଜି ସାଇକଲ ଯୋଗେ ସ୍କୁଲକୁ ସକାଳ ୭ଟାରେ ଯାଇଥିଲେ ପରେ ସ୍କୁଲ ଦିନ ଗୋଟାଏରେ ଛୁଟି ହୋଇଥିଲା। ନିଲେସ ଘରେ ନ ପହଚିଂବାରୁ ତାଙ୍କ ବାପା ନିର୍ମଳ ଦାସ ସ୍କୁଲକୁ ଯାଇ ସ୍କୁଲ କର୍ତ୍ତୃପକ୍ଷଙ୍କ ପଚରାଉଚରା କରିବାରୁ ସନ୍ତୋଷଜନକ ଉତ୍ତର ମିଳିନଥିଲା । କିନ୍ତୁ ନିଲେସର ବ୍ୟାଗ ସ୍କୁଲ ପରିସରରୁ ମିଳିଥିଲା। ବାପା ପୁଅକୁ ଖୋଜାଖୋଜି କରିବାରୁ ଝିରିପାଣି କୋଏଲ ନଦୀ ବ୍ରିଜ ଉପରେ ନିଲେସଙ୍କ ସାଇକଲ ପଡିଥିବା ଜାଣିବାକୁ ପାଇଥିଲେ। ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁସାରେ ସାଇକେଲ ବ୍ରିଜ ଉପରେ ରଖି ସେ ନଦୀ ଗର୍ଭକୁ ଡେଇଁପଡିଥିଲେ। ଘଟଣାସ୍ଥଳରେ ଝିରପାଣି ପୋଲିସ ଏବଂ ଓଡ୍ରାଫ ଟିମ୍ ସହ ଅଗ୍ନିଶମ ବାହିନୀ ପହଞ୍ଚି ଖୋଜାଖୋଜି ଜାରି ରଖିଛନ୍ତି।

Comments are closed.