Odisha Link
Bridging the Missing Links in Odisha

ଦଲାଲ ମୁକ୍ତ ହେବ ଆରଟିଓ କାର୍ଯ୍ୟାଳୟ: ନବୀନ

ଭୁବନେଶ୍ବର: ଖୁବଶୀଘ୍ର ଦଲାଲ ମୁକ୍ତ ହବେ ଆରଟିଓ କାର୍ଯ୍ୟାଳୟ। କାରଣ ଏନେଇ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ନୂଆ ମୋଟର ଯାନ ଆଇନ ଲାଗୁ ହେବା ପରେ ଚାରିଆଡେ଼ ଧରପଗଡ଼ ଚାଲିଛି। ଆଉ ଏହାକୁ ନେଇ ରାଜ୍ୟର ବିଭିନ୍ନ ସ୍ଥାନରେ ଥିବା ଆରଟିଓ କାର୍ଯ୍ୟାଳୟରେ ଭିଡ଼ ଲାଗୁଛି। ଯାହା ଦଲାଲମାନଙ୍କ ପାଇଁ ଗିଫ୍ଟ ସଦୃଶ ହୋଇଛି। ବିଭିନ୍ନ କାର୍ଯ୍ୟ କରାଇଦେବା ନାମରେ ଦଲାଲମାନେ ସାଧାରଣ ଲୋକଙ୍କ ଠାରୁ ମୋଟା ଅଙ୍କର ଟଙ୍କା ନେଉଛନ୍ତି। ତେବେ ଏସବୁକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆରଟିଓ କାର୍ଯ୍ୟାଳୟଗୁଡ଼ିକୁ ଦଲାଲମୁକ୍ତ କରିବା ପାଇଁ ଆଜି ନିର୍ଦ୍ଦେଶ ଦେଇଛନ୍ତି।

ଆସନ୍ତା ୧୫ ଦିନ ମଧ୍ୟରେ ଦଲାଲମୁକ୍ତ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି। ଆରଟିଓମାନଙ୍କ ସହ ଭିଡିଓ କନଫରେନ୍ସିଂ କରି ମୁଖ୍ୟମନ୍ତ୍ରୀ ଏହି ନିର୍ଦ୍ଦେଶ ଦେଇଛନ୍ତି। ଏହାଛଡ଼ା ଲୋକଙ୍କୁ ସହଜରେ ଡିଏଲ ଓ ଗାଡ଼ି କାଗଜପତ୍ର ଦେବାକୁ ମଧ୍ୟ ଗୁରୁତ୍ୱାରୋପ କରିଛନ୍ତି। ସେଥିପାଇଁ ଅଧିକ କାଉଣ୍ଟର ଓ ଗ୍ରାମାଞ୍ଚଳରେ କ୍ୟାମ୍ପ କରିବାକୁ ମୁଖ୍ୟମନ୍ତ୍ରୀ ନିଦେ୍ର୍ଧଶ ଦେଇଛନ୍ତି। ଗତକାଲି ମେଡିକାଲକୁ ଦଲାଲ ମୁକ୍ତ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଦେ୍ର୍ଧଶ ଦେଇଥିଲେ।

Comments are closed.