ଆଶୀର୍ବାଦଙ୍କ ନିକଟକୁ ପଠାଗଲା ବାଲାଟ ପେପର

ଭୁବନେଶ୍ୱର: ଆସନ୍ତା କାଲି ଅନୁଷ୍ଠିତ ହେବ ଓଡିଶା କ୍ରକେଟ ଆସୋସିଏସନ ବା ଓସିଏର ନିର୍ବାଚନ। ନାମାଙ୍କନ ପତ୍ର ଦାଖଲ ସରିଛି। ଓସିଏ ପୂର୍ବତନ ସମ୍ପାଦକ ଆଶୀର୍ବାଦ ବେହେରା ମଧ୍ୟ ଏହି ନିର୍ବାଚନରେ ମତଦାନ କରିପାରିବେ। ଏନେଇ ଓସିଏ ନିର୍ବାଚନ ଅଧିକାରୀ ଏମଏଲ ମଜୁମଦାର ସୂଚନା ଦେଇଛନ୍ତି। ଓସିଏର ୬ଟି ପଦବୀ ପାଇଁ ନିର୍ବାଚନ ହେବ। ଏହି ପଦବୀ ମଧ୍ୟରେ ସଭାପତି, ଉପସଭାପତି, ସମ୍ପାଦକ, ଯୁଗ୍ମ ସଂପାଦକ, କୋଷାଧ୍ୟକ୍ଷ ଓ କାଉନସିଲର ସାମିଲ ଅଛି। ଏଥିପାଇଁ ସେପ୍ଟେମ୍ବର ୨୦ରେ ପ୍ରାର୍ଥୀପତ୍ର ଦାଖଲ କରାଯାଇଛି। ସେହିପରି ୨୧ ତାରିଖରେ ପାର୍ଥୀପତ୍ର ଯାଂଚ କରାଯାଇଥିଲା। ଏନେଇ ଚୁଡାନ୍ତ ଭୋଟର ତାଲିକା ପ୍ରକାଶ ପାଇସାରିଛି। ସମ୍ପାଦକ ପଦ ଦୈାଡ଼ରେ ଆଶର୍ବାଦ ବେହେରାଙ୍କ ପୁଅ ସଞ୍ଜୟ ବେହେରା ପ୍ରାର୍ଥୀ ରହିଛନ୍ତି।
ଓସିଏ ନିର୍ବାଚନ ଭୋଟର ତାଲିକାରେ ଆଶୀର୍ବାଦ ବେହେରାଙ୍କର ମଧ୍ୟ ନାଁ ରହିଛି। କିନ୍ତୁ ଆଶର୍ବାଦ ବେହେରା ଗିରଫ ହୋଇ ଝାରପଡ଼ା ଜେଲରେ ଥିବାରୁ ଭୋଟ ଦେବା ପାଇଁ ସେ ଜେଲ ଅଧିକ୍ଷକଙ୍କ ଜରିଆରେ ଓସିଏକୁ ଚିଠି ଦେଇଥିଲେ। ଆର୍ଶୀବାଦ ବେହେରା ଭୋଟ ଦେଇପାରିବେ ତେଣୁ ଚିଠି ପାଇବା ପରେ ଓସିଏ ନିର୍ବାଚନ ଅଧିକାରୀ ଝାରପଡ଼ା ଜେଲ ଅଧିକ୍ଷକଙ୍କ ପାଖକୁ ୪ଟି ବାଲାଟ ପେପର ପଠାଇଛନ୍ତି। ଓସିଏରେ ମୋଟ ୭୩ଜଣ ଭୋଟର ରହିଛନ୍ତି। ଏନେଇ ଓସିଏ ନିର୍ବାଚନ ଅଧିକାରୀ ଏମଏଲ ମଜୁମଦାର ସୂଚନା ଦେଇଛନ୍ତି।
ଗତ ୧୯ରେ ଆଶୀର୍ବାଦ ବେହେରା ସିବିଆଇ ହାତରେ ଗିରଫ ହୋଇଛନ୍ତି। ଓଡ଼ିଶା ପ୍ରିମିୟର ଲିଗ ପାଇଁ ଅର୍ଥତତ୍ତ୍ୱ ଚିଟଫଣ୍ଡ କମ୍ପାନୀଠାରୁ କୋଟିଏ ଟଙ୍କା ଆଣିଥିବା ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଛି।