Odisha Link
Bridging the Missing Links in Odisha

ଅଯୋଧ୍ୟା ଜମି ବିବାଦ ମାମଲା: ଅକ୍ଟୋବର ୧୮ରେ ଶୁଣାଣି ଶେଷ କରିବାକୁ ଯୋର୍‌ ଦେଲେ ପ୍ରଧାନ ବିଚାରପତି

ନୂଆଦିଲ୍ଲୀ: ସୁପ୍ରିମ କୋର୍ଟର ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇ ଅଯୋଧ୍ୟା ଜମି ବିବାଦ ମାମଲାରେ ପୁଣି ଥରେ ଯୋର ଦେଇଛନ୍ତି। ଜମି ବିବାଦର ୩୨ତମ ଶୁଣାଣି ସମୟରେ ଶ୍ରୀ ଗଗୋଇ କହିଛନ୍ତି ଯେ, ଅକ୍ଟୋବର ୧୮ ତାରିଖ ସୁଦ୍ଧା ଏହି ମାମଲାର ଯୁକ୍ତିତର୍କ ଶେଷ ହେବା ଉଚିତ। ଯଦି ଚାରି ସପ୍ତାହ ମଧ୍ୟରେ ରାୟ ଶୁଣାଯାଏ ତେବେ ଅଦାଲତ ଅପୂର୍ବ ସଫଳତା ହାସଲ କରିବ ବୋଲି ପ୍ରଧାନ ବିଚାରପତି କହିଛନ୍ତି।

ଅକ୍ଟୋବର ୧୮କୁ ଶେଷ ତାରିଖ ବୋଲି ଧାର୍ଯ୍ୟ କରି ସୁପ୍ରିମ୍‌ କୋର୍ଟ ଖଣ୍ଡପୀଠ କହିଲେ ଯେ ସପ୍ତାହେବ୍ୟାପୀ ପଡୁଥିବା ଦୀପାବଳି ଛୁଟିକୁ ଦୃଷ୍ଟିରେ ରଖି ଯୁକ୍ତିତର୍କ ଶେଷ କରାଯିବା ଉଚିତ। ଶନିବାର ଦିନମାନଙ୍କରେ ଅଧିକ ସମୟଯାଏଁ କାମ କରି ଦୀର୍ଘଦିନ ଧରି ପଡ଼ି ରହିଥିବା ରାମଜନ୍ମଭୂମି- ବାବ୍ରି ମସ୍‌ଜିଦ୍‌ ଜମି ମାଲିକାନା ବିବାଦର ଶୁଣାଣି ଶେଷ କରିବାକୁ ସୁପ୍ରିମ୍‌ କୋର୍ଟଙ୍କ ଖଣ୍ଡପୀଠ ଗତ ସପ୍ତାହରେ ପ୍ରସ୍ତାବ ଦେଇଥିଲେ।

୧୮ ତାରିଖକୁ ଶେଷ ତାରିଖ ବୋଲି ଘୋଷଣା କରିବା ସହ ଖଣ୍ଡପୀଠ କହିଛନ୍ତି କି, ଯଦି ସେମାନେ ଚାହାନ୍ତି ମଧ୍ୟସ୍ଥତା କରି ଏହାର ସମାଧାନ ସୂତ୍ର କାଢ଼ି ପାରିବେ।

Comments are closed.