Odisha Link
Bridging the Missing Links in Odisha

ସାଉଣ୍ଡ ରେକର୍ଡିଷ୍ଟ ବିଶ୍ୱରଞ୍ଜନ ଚୌଧୁରୀଙ୍କ ଅବସର ଗ୍ରହଣ

ଭୁବନେଶ୍ୱର : ଦୂରଦର୍ଶନ କେନ୍ଦ୍ର, ଭୁବନେଶ୍ୱରରେ କାର୍ଯ୍ୟରତ ବରିଷ୍ଠ ସାଉଣ୍ଡ ରେକର୍ଡିଷ୍ଟ ବିଶ୍ୱରଞ୍ଜନ ଚୌଧୁରୀ ଅବସର ଗ୍ରହଣକରିଛନ୍ତି । ଦୂରଦର୍ଶନ କେନ୍ଦ୍ରରେ ଅନୁଷ୍ଠିତ ଏକ ସଭାରେ ଶ୍ରୀ ଚୌଧୁରୀଙ୍କୁ ଅବସରକାଳୀନ ସଞ୍ଚର୍ଦ୍ଧନା ଜ୍ଞାପନ କରାଯାଇ ତାଙ୍କର ଅବସରୋତ୍ତର ସଫଳ ଜୀବନ କାମନା କରାଯାଇଛି ।କେନ୍ଦ୍ରର ଉପମହାନିର୍ଦ୍ଦେଶକ (ଯନ୍ତ୍ରିକ) ଧ୍ରୁବ ନନ୍ଦ,କାର୍ଯ୍ୟକ୍ରମ ମୁଖ୍ୟ ନିଳାଦ୍ରୀ ଶତପଥୀ, ପଦାଧିକାରୀ ନୃପଲାଲ ଚାନ୍ଦ, ପାର୍ଥସାରଥୀ ମିଶ୍ର ଓ ଗବେଷଣା ଅଧିକାରୀ ପ୍ରାଣବନ୍ଧୁ ବେହେରା ପ୍ରମୁଖ ଚୌଧୁରୀଙ୍କ କୃତିତ୍ୱମୟ ଚାକିରିକାଳ ବାବଦରେ ସୃୁତିଚାରଣ କରିଥିଲେ ।ସାଉଣ୍ଡ ରେକର୍ଡିଷ୍ଟ ଚୌଧୁରୀ ୧୯୮୩ରେ ଶ୍ରୀନଗର ଦୂରଦର୍ଶନ କେନ୍ଦ୍ରରୁ ତାଙ୍କର କାର୍ଯ୍ୟ ଆରମ୍ଭ କରି ୩୮ବର୍ଷ କାର୍ଯ୍ୟ କରିଛନ୍ତି । ତାଙ୍କ କାର୍ଯ୍ୟ ଦକ୍ଷତା ଓ ଶବ୍ଦଗ୍ରହଣ ନିମନ୍ତେ ସେ ବିବିସି ୱାଲ୍ଡର୍ସର୍ଭିସ୍‌,କମନ୍‌ ୱାଲଥ୍ ବ୍ରଡକାଷ୍ଟିଂ ଆସୋସିଏସନ୍‌ ଓ ଦୂରଦର୍ଶନ ଜାତୀୟ ପୁରସ୍କାର ଇତ୍ୟାଦି ଲାଭ କରିଛନ୍ତି ।

Comments are closed.