Odisha Link
Bridging the Missing Links in Odisha

ସଂସ୍କୃତି ମନ୍ତ୍ରୀ ଙ୍କୁ ଭେଟିଲେ ଆଇସିସିଆର୍‌ ମହାନିର୍ଦ୍ଦେଶକ

ଭଉନେଶ୍ବର: ଭାରତୀୟ ସାଂସ୍କୃତିକ ସଂ ପର୍କ ପରିଷଦ (ଆଇସିସିଆର୍‌)ର କାର୍ଯ୍ୟକ୍ରମଗୁଡ଼ିକରେ ଓଡ଼ିଶାର ଶିଳ୍ପୀମାନଙ୍କର ପ୍ରତିନିଧିତ୍ୱ ଉପରେ ଦୃଷ୍ଟିଦେବା ପାଇଁ ପର୍ଯ୍ୟଟନ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ପରାମର୍ଶ ଦେଇଛନ୍ତି । ଲୋକସେବା ଭବନସ୍ଥିତ ମନ୍ତ୍ରୀଙ୍କ ପ୍ରକୋଷ୍ଠରେ ଆଇସିସିଆର୍‌ର ମହାନିର୍ଦ୍ଦେଶକ ଅଖିଳେଶମିଶ୍ର ମନ୍ତ୍ରୀଙ୍କ ସହିତ ସୌଜନ୍ୟ ସାକ୍ଷାତ-ଆଲୋଚନା କରିଥିଲେ । ଆଲୋଚନା ସମୟରେ ମନ୍ତ୍ରୀ ପାଣିଗ୍ରାହୀ ଓଡ଼ିଶାର ସାଂସ୍କୃତିକ ବୈଶିଷ୍ଟ୍ୟ ନେଇ ମିଶ୍ରଙ୍କୁ ବିସ୍ତୃତ ଭାବେ ଅବଗତ କରାଇଥିଲେ । ଦେଶର ବିଭିନ୍ନ ସ୍ଥାନରେ ଏବଂବିଦେଶରେ ଭାରତୀୟ ସାଂସ୍କୃତିକ ସଂପର୍କ ପରିଷଦ ଆୟୋଜନ କରୁଥିବା କାର୍ଯ୍ୟକ୍ରମ ଗୁଡ଼ିକରେ ଓଡ଼ିଶାର ସାଂସ୍କୃତିକ ଦଳ ଓ ଶିଳ୍ପୀମାନଙ୍କୁ ଯଥାର୍ଥ ସ୍ଥାନ ଦେବା ପାଇଁ ମନ୍ତ୍ରୀ ପାଣିଗ୍ରାହୀ କହିଥିଲେ । ଏହା ବ୍ୟତୀତ ଓଡ଼ିଶାର ଲୋକକଳା ଓ ଭାଷା-ସାହିତ୍ୟସଂ ପୃକ୍ତ କାର୍ଯ୍ୟକ୍ରମ ଗୁଡ଼ିକରେ ଆଇସିସିଆର୍‌ର ସହଭାଗିତା ଅତ୍ୟନ୍ତ ଫଳ ପ୍ରଦ ହେବ ବୋଲି ମନ୍ତ୍ରୀକହିଥିଲେ । ଏହା ଫଳରେ ଓଡ଼ିଶା ଓ ଭାରତର ଅନ୍ୟାନ୍ୟ ରାଜ୍ୟ ଏବଂ ବିଦେଶର ଶିଳ୍ପୀ, କଳାକାର ଓ ସାହିତ୍ୟିକ ମାନଙ୍କସହିତ ପାରସ୍ପରିକ ଭାବବିନିମୟ ସମୃଦ୍ଧ ହେବ ବୋଲି ମନ୍ତ୍ରୀ ଉଲ୍ଲେଖ କରିଥିଲେ । ଭାରତୀୟ ସାଂସ୍କୃତିକ ପରିଷଦ ଦେଶ ତଥା ବିଶ୍ୱସ୍ତରରେ ଭାରତୀୟ ସାଂସ୍କୃତିକ ବିଭବର ପ୍ରଚାର ଓ ପ୍ରସାର ସହିତ ଆନୁଷଙ୍ଗିକ ଗବେଷଣା ଏବଂ ପ୍ରକାଶନ କାର୍ଯ୍ୟ କରିଥାଏ । ଓଡ଼ିଶାର ଶିଳ୍ପୀମାନଙ୍କୁ ପରିଷଦ ପକ୍ଷରୁ ସବୁମତେ ଉତ୍ସାହିତ କରାଯିବ ବୋଲି ମହାନିର୍ଦ୍ଦେଶକ ମିଶ୍ର ପ୍ରକାଶ କରିଥିଲେ ।


ଏହି ସୌଜନ୍ୟ ସାକ୍ଷାତ-ଆଲୋଚନା ସମୟରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ପ୍ରମୁଖ ଶାସନସଚିବ ମନୋରଞ୍ଜନ ପାଣିଗ୍ରାହୀ ଓ ଆଇସିସିଆର୍‌, ଓଡ଼ିଶା ପ୍ରଭାଗର ମୁଖ୍ୟ ମୀନାକ୍ଷି ମିଶ୍ର ମଧ୍ୟ ଉପସ୍ଥିତ ଥିଲେ ।

Comments are closed.