Odisha Link
Bridging the Missing Links in Odisha

ଅଙ୍ଗନବାଡି କେନ୍ଦ୍ରରେ ଛତୁଆ ବଣ୍ଟନ

ଭୁବନେଶ୍ବର : ସମନ୍ୱିତ ଶିଶୁ ବିକାଶ ଯୋଜନାରେ ପରି ପୂରକ ଖାଦ୍ୟ କାର୍ଯ୍ୟକ୍ରମରେ ଗର୍ଭବତୀ ଓ ପ୍ରସୂତୀ ମହିଳା, ଶିଶୁ ଏବଂକିଶୋରୀମାନଙ୍କ ପୁଷ୍ଟିସାଧନ ନିମନ୍ତେ ଯୋଗାଇ ଦିଆଯାଉଥିବା ‘ଟେକ୍‌ ହୋମ୍‌ ରାସନ୍‌’ ବ୍ୟବସ୍ଥାରେ ସ୍ୱଚ୍ଛତା ଏବଂଗୁଣବତ୍ତା ବଜାୟ ରଖିବା ଏବଂ ବଣ୍ଟନକୁ ଅଧିକ ବ୍ୟବସ୍ଥିତ କରିବା ଲକ୍ଷ୍ୟରେ ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତିବିଭାଗ ତରଫରୁ ପ୍ରତି ମାସ ୧ ତାରିଖରେ ଛତୁଆ ବଣ୍ଟନ ପାଇଁ ନିଷ୍ପତ୍ତି ନିଆଯାଇଛି । ଏହି ପରିପ୍ରେକ୍ଷୀ ଦ୍ୱିତୀୟ ମାସ ପାଇଁ ରାଜ୍ୟର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ରରେ ମାତୃ କମିଟି ଏବଂଯାଞ୍ଚ କମିଟିଙ୍କ ତଦାରଖରେ ଏବଂଅଧିକାରୀମାନଙ୍କ ଉପସ୍ଥିତିରେ ଛତୁଆ ବଣ୍ଟନ କରାଯାଇଛି ।

ଏହି ବଣ୍ଟନ ବ୍ୟବସ୍ଥାକୁ ବିଭାଗର ବରିଷ୍ଠ ଅଧିକାରୀମାନଙ୍କ ସହ ଜିଲ୍ଲାସ୍ତରର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହି ତଦାରଖ କରିଛନ୍ତି । କେନ୍ଦ୍ରା ପଡ଼ା ଓ ଭଦ୍ରକ ଜିଲ୍ଲାରେ ଜିଲ୍ଲା ପାଳମାନେ ନିଜେ ଉ ପସ୍ଥିତ ରହି ଛତୁଆ ବଣ୍ଟନ କାର୍ଯ୍ଯକ୍ରମକୁ ଅନୁଧ୍ୟାନ କରିଛନ୍ତି । ସେହିଭଳି ଅନ୍ୟାନ୍ୟ ଜିଲ୍ଲାରେ ଅତିରିକ୍ତ ଜିଲ୍ଲା ପାଳ, ଉପଜିଲ୍ଲା ପାଳ, ବିଡ଼ିଓ, ତହସିଲଦାର, ଡିଏସ୍‌ଡବ୍ଲୁ୍ୟଓ, ସିଡିପିଓ ଏବଂ ଆଇସିଡିଏସ୍‌ କର୍ମକର୍ତ୍ତାମାନେ ଉ ପସ୍ଥିତ ରହି ବଣ୍ଟନ ବ୍ୟବସ୍ଥାକୁ ତଦାରଖ କରିଛନ୍ତି ।ସଂପ୍ରତି ରାଜ୍ୟରେ ୬ ମାସରୁ ୩ ବର୍ଷ ବୟସର ଶିଶୁ, ଗର୍ଭବତୀ ମହିଳା, ପ୍ରସୂତୀ ମା’ ଏବଂ ୩ରୁ ୬ ବର୍ଷରଅତିଶୟ ପୁଷ୍ଟିହୀନ ଶିଶୁମାନଙ୍କୁ ଶୁଖିଲା ଖାଦ୍ୟ ଭାବେ ଛତୁଆ, ଲଡୁ, ଶୁଖିଲା ରାସନ୍‌ ଓ ଅଣ୍ଡା ଯୋଗାଇ ଦିଆଯାଉଛି । ନିର୍ଦ୍ଦିଷ୍ଟ ଦିନରେ ଛତୁଆ ବଣ୍ଟନ ଦ୍ୱାରା ପ୍ରକ୍ରିୟାରେ ସ୍ୱଚ୍ଛତା ଏବଂ ଉତ୍ତରଦାୟିତ୍ୱକୁ ସୁନିଶ୍ଚିତ କରିବା ପାଇଁ ବିଭାଗ ତରଫରୁ ପ୍ରୟାସ କରାଯାଉଛି ।

 

ମିଶ୍ରଣ ଓ ବଣ୍ଟନର ସୁ ପରିଚାଳନା ପାଇଁ ‘ମୋ ଛତୁଆ’ ଆ ପ୍‌ର ବିକାଶ କରାଯାଇଛି । ମହିଳା ଓଶିଶୁମାନଙ୍କ ପାଇଁ ବିଭାଗ ତରଫରୁ କାର୍ଯ୍ୟକାରୀ ହେଉଥିବା ସମସ୍ତ ଯୋଜନା ସହ ପ୍ରତି ପରିବାରରେ ପୋଷଣ ସଞ୍ଚନ୍ଧୀୟ ସଚେତନତା ସୃଷ୍ଟି କରିବା ଲକ୍ଷ୍ୟରେ ନିକଟରେ ‘ଟିକି ମାଉସୀ’ ମାସ୍କଟ୍‌ର ଶୁଭାରମ୍ଭ କରାଯାଇଛି। ‘ଟିକିମାଉସୀ’ ଜରିଆରେ ସଚେତନତାର ବାର୍ତ୍ତା ପ୍ରତ୍ୟେକ ଘରେ ପହଞ୍ଚି ପାରିବ ଏବଂ ଅପପୁଷ୍ଟି ରୋକିବା ଦିଗରେ ଫଳ ପ୍ରଦହୋଇ ପାରିବ ବୋଲି ବିଭାଗୀୟ ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ କହିଛନ୍ତି ।

Comments are closed.