Odisha Link
Bridging the Missing Links in Odisha

‘ଶେରା ନରସିଂହ ରେଡ୍ଡୀ’ ସିନେମାରେ ଥବା ଭୁଲ ତଥ୍ୟକୁ ନେଇ ଚିଠି ଲେଖିଲେ ସଂସ୍କୃତି ମନ୍ତ୍ରୀ

ଭୁବନେଶ୍ୱର: ସୁରେନ୍ଦ୍ର ରେଡ୍ଡୀଙ୍କ ନିର୍ଦ୍ଦେଶିତ ସିନେମା ଶେରା ନରସିଂହା ରେଡ୍ଡୀ ର ଟ୍ରେଲରଟି ଧମାଲ କରଛି । ସିନେମାଟିରେ ଅମିତାଭ ବଚ୍ଚନଙ୍କ ସହ ଚିରଞ୍ଜୀବ ନଜର ଆସିଛନ୍ତି ।ଏହି ସିନେମାରେ ୧୮୪୭ ମସିହାରେ ଆନ୍ଧ୍ରପ୍ରଦେଶର କୁର୍ନାଲ ଜିଲ୍ଲା ଠାରେ ହୋଇଥିବା କୃଷକ ଆନ୍ଦୋଳନକୁ ପ୍ରଥମ ସଂଗ୍ରାମ ବୋଲି ଦର୍ଶାଯାଇଛି । ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ଏହା ବିରୁଦ୍ଦରେ କେନ୍ଦ୍ର ସଂସ୍କୃତି ମନ୍ତ୍ରୀ, ଆନ୍ଧ୍ରପ୍ରଦେଶ ସଂସ୍କୃତି ମନ୍ତ୍ରୀ ଓ ସେନସର ବୋର୍ଡକୁ ଚିଠି ଲେଖିଛନ୍ତି ।


ବକ୍ସି ଜଗବନ୍ଧୁଙ୍କ ନେତୃତ୍ୱରେ ୧୮୧୭ ମସିହାରେ ଭାରତ ବର୍ଷ ‘ପାଇକ ବିଦ୍ରୋହ’ ନାମରେ ସଶସ୍ତ୍ର ଗଣ ବିପ୍ଲବ ହୋଇଥିଲା । କିନ୍ତୁ ୩୦ ବର୍ଷ ପରେ ଆନ୍ଧ୍ରପ୍ରଦେଶର କୃଷକ ଆନ୍ଦୋଳନକୁ ‘ପ୍ରଥମ’ ବୋଲି ସିନେମା ଦର୍ଶାଯାଇଛି । ମନ୍ତ୍ରୀ ଜ୍ୟୋତିପ୍ରକାଶ ଚିଠିରେ ଉଲ୍ଲେଖ କରିଛନ୍ତି ଲୋକଙ୍କ ମନରେ ଭ୍ରମ ଧାରଣନ କରନ୍ତୁ । ସୂଚନା ଅନୁସାରେ ସେନସର୍ ବୋଡର଼୍ ‘ପ୍ରଥମ’ ଶବ୍ଦକୁ ସିନେମାରେ ହଟାଇବା ପାଇଁ ନିର୍ଦ୍ଦେଶ ଦେଇସାରିଛି ।

Comments are closed.