Odisha Link
Bridging the Missing Links in Odisha

ଧାରା ୩୭୦ ଉଚ୍ଛେଦ ନିଷ୍ପତିକୁ ମିଳିଛି ଦେଶବାସୀଙ୍କ ଅଭୁତପୂର୍ବ ସମର୍ଥନ: ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ: ୩୭୦ ଧାରା ଉଚ୍ଛେଦ ପ୍ରସଙ୍ଗରେ ଦେଶର ସମସ୍ତ ଲୋକଙ୍କୁ ଅବଗତ ଓ ସଚେତନତା କରାଯିବା ନେଇ ବିଜେପି ପକ୍ଷରୁ ଗତ ସେପ୍ଟେମ୍ବର ୧ ଠାରୁ ୩୦ ପର୍ଯ୍ୟନ୍ତ ମାସେବ୍ୟାପୀ ଆରମ୍ଭ କରାଯାଇଥିବା ଦେଶବ୍ୟାପୀ ଜନ ସମ୍ପର୍କ ଓ ଜନ ଜାଗରଣ ଯାତ୍ରା ସମାପ୍ତ ହୋଇଛି। ଏହି କାର୍ଯ୍ୟକ୍ରମ ମାଧ୍ୟମରେ ସାରା ଦେଶର ସବୁ ବର୍ଗର ଲୋକମାନେ ମୋଦି ସରକାରଙ୍କ ଦ୍ୱାରା ନିଆଯାଇଥିବା ଧାରା ୩୭୦ ଉଚ୍ଛେଦ ନିଷ୍ପତିକୁ ଅପୂର୍ବ ସମର୍ଥନ ଏବଂ ଆଶୀର୍ବାଦ ଦେଇଛନ୍ତି ବୋଲି ମଙ୍ଗଳବାର ନୂଆଦିଲ୍ଲୀ ସ୍ଥିତ ଦଳୀୟ ମୁଖ୍ୟ କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଏହି ଐତିହାସିକ ନିଷ୍ପତି ପାଇଁ ସମସ୍ତ ଦେଶବାସୀ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଧନ୍ୟବାଦ ଜଣାଇଥିଲେ ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତିା

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହଙ୍କ ନେତୃତ୍ୱରେ ଦିଲ୍ଲୀରୁ ବିଜେପିର ଏହି ସମ୍ପର୍କ ଅଭିଯାନ ଶୁଭାରମ୍ଭ ହୋଇଥିଲା। ମାସେବ୍ୟାପୀ ଏହି ଅଭିଯାନ ମାଧ୍ୟମରେ ଦେଶର ପ୍ରାୟ ୬୦୦ରୁ ଅଧିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଥିଲା। ଏହି ଅଭିଯାନ ଅଧୀନରେ ଦଳର ସମସ୍ତ ନେତା ତଥା କାର୍ଯ୍ୟକର୍ତା ସମାଜର ୫ ଲକ୍ଷରୁ ଉଦ୍ଧ୍ୱର୍ ପ୍ରତିଷ୍ଠିତ ଲୋକ ଏବଂ ଓପିନିୟନ ମେକର୍ସଙ୍କୁ ଭେଟି ୩୭୦ ଧାରା ଐତିହାସିକ ଭୁଲର ସୁଧାର ପାଇଁ ନିଆଯାଇଥିବା ଐତିହାସିକ ନିର୍ଣ୍ଣୟର ବିସ୍ତୁତ ସୂଚନା ପ୍ରଦାନ କରାଯାଇଥିଲା।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୩୭୦ ଧାରା ଉଚ୍ଛେଦ ଏବଂ ଏହାଦ୍ୱାରା ଜାମ୍ମୁ-କାଶ୍ମୀର ଏବଂ ଲଦାଖରେ ସାଧାରଣ ଜନତାଙ୍କ ସହିତ ହେଉଥିବା ଭେଦଭାବର ପ୍ରସଙ୍ଗଗୁଡିକ ବିଶ୍ୱ ଦରବାରରେ ମଧ୍ୟ ଉଠାଇଥିଲେ। ଯାହାକୁ ପରେ ବିଶ୍ୱ ମଧ୍ୟ ଭାରତର ଏହି ନିଷ୍ପତିକୁ ସମର୍ଥନ କରିଥିଲା। ୩୭୦ ଧାରା ଉଚ୍ଛେଦ ଉପରେ କରାଯାଉଥିବା ଅପପ୍ରଚାର ଉପରେ ଏହା ଏକ ବଡ ବିଜୟ ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି।

ସେହିପରିକେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ ଅନୁଚ୍ଛେଦ ୩୭୦ ଉଚ୍ଛେଦ କୌଣସି ଧର୍ମ ସମ୍ବନ୍ଧୀୟ ପ୍ରସଙ୍ଗ ନୁହେଁ ବରଂ ଘାଟିରେ ବିକାଶ ଏବଂ ସୁଶାସନକୁ ପ୍ରତିଷ୍ଠା କରିବାର ବିଷୟ। ପଡୋଶୀ ଦେଶ ପାକିସ୍ତାନ ଦ୍ୱାରା କରାଯାଉଥିବା ଅପପ୍ରଚାର ଉପରେ ଓଆଇସି ମଧ୍ୟ ଏହି ପ୍ରସଙ୍ଗ ଭାରତର ଆଭ୍ୟନ୍ତରୀଣ ମାମଲା କହି ଭାରତକୁ ସମର୍ଥନ କରିଛି। ମୁସଲିମ ରାଷ୍ଟ୍ର, ସାଉଦି ଆରବ, ୟୁଏଇ ଏବଂ କତାରର ମନ୍ତ୍ରୀଗଣ ଏବଂ ରାଜପରିବାର ସଦସ୍ୟଙ୍କୁ ଭେଟିବା ଅବସରରେ ସେମାନେ ୩୭୦ ଧାରା ଉଚ୍ଛେଦ ନିଷ୍ପତିକୁ ଧାର୍ମିକ ପ୍ରସଙ୍ଗ ନମାନିବା ସହିତ ଭାରତକୁ ସମର୍ଥନ କରିଥିବା ମତବ୍ୟକ୍ତ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଆଜିର ସାମ୍ବାଦିକ ସମ୍ମିଳନୀରେ ଅନ୍ୟାନ୍ୟଙ୍କ ମଧ୍ୟରେ କେନ୍ଦ୍ରମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାୱତ୍ ଓ ଦଳର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ଉପସ୍ଥିତ ଥିଲେ।

Comments are closed.