ଲୁଟେରା ଗ୍ୟାଙ୍ଗ୍ର ଜଣେ ଗିରଫ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ଗୋସାଣୀନୂଆଗାଁ ପୋଲିସ ଦ୍ବାରା ଜଣେଙ୍କୁ ଗିରଫ କରାଯାଇଛି। ପୋଲିସ ଏବଂ ସିବିଆଇ ପରିଚୟ ଦେଇ ବ୍ରହ୍ମପୁରର ବିଭିନ୍ନ ସ୍ଥାନରୁ ଲୁଟତରାଜ କରୁଥିଲା ଅଭିଯୁକ୍ତ। ଗିରଫ ଯୁବକ ହେଲେ କର୍ଣ୍ଣାଟକର ସିକନ୍ଦର ଅଲ୍ଲୀ।
ଲୁଟେରା ଗ୍ୟାଙ୍ଗରେ ୯ଜଣ ରହିଥିବା ପୋଲିସ ସୂଚନା ଦେଇଛି। ତେବେ ଫେରାର ଥିବା ଅନ୍ୟ ୮ ଜଣକୁ ଧରିବା ପାଇଁ ପୋଲିସ ଅଧିକ ତଦନ୍ତ ଚଳାଇଥିବା ସୂଚନା ଦେଇଛି।