Odisha Link
Bridging the Missing Links in Odisha

ଭଂଶାଲୀଙ୍କ ସିନେମାରେ ନୂଆ ଯୋଡି

ଭୁବନେଶ୍ବର : ସିନେମା ନିର୍ଦ୍ଦେଶକ ସଞ୍ଜୟ ଲୀଲା ଭଂଶାଲୀ ଏକ ନୂଆ ସିନେମା ନିର୍ମାଣ କରିବାରେ ଲାଗିଛନ୍ତି । ସେ ଏଥିରେ ଦୁଇ ନୂଆ ଯୋଡିଙ୍କୁ ପରଦାରେ ଆଣିବାକୁ ମନସ୍ଥ କରିଛନ୍ତି । ସିନେମାଟି ନାଁ ‘ଗଙ୍ଗୁବାଈ’ ରଖାଯାଇଛି । ଏଥି ପାଇଁ ସେ ଷ୍ଟାର କାଷ୍ଟ ବାଛିବା ସହ ସୁଟିଂ ପାଇଁ ପ୍ରସ୍ତୁତ ହୋଇସାରିଲେଣି । ଗଙ୍ଗୁବାଇରେ କାର୍ତ୍ତିକ ଆର୍ଯ୍ୟନ ଓ ଚୁଲବୁଲି ଆଲିଆ ଭଟ୍ଟଙ୍କୁ ନାୟକ ନାୟିକା ଭୂମିକାରେ ଦେଖିବାକୁ ମିଳିବ । ପ୍ରଥମ ଥର ପାଇଁ ସଞ୍ଜୟ ଲୀଲା ଭଂଶାଲୀଙ୍କ ସିନେମାରେ ଉଭୟ ଆଲିଆ ଏବଂ କାର୍ତ୍ତିକ ନଜର ଆସିବେ ।


ସିନେମାଟି ଲେଖକ ହୁସେନ ଜୈଦିଙ୍କ ବହି ‘ମାଫିଆ କୁଇନ୍ସ ଅଫ ମୁମ୍ବାଇର ଏକ ଅଧ୍ୟାୟ ଉପରେ ଆଧାରିତ ହୋଇଛି । ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରାଙ୍କୁ ଏହି ସିନେମା ପାଇଁ ପ୍ରଥମେ ଅଫର ଦିଆଯାଇଥିଲାହେଲେ ପ୍ରିୟଙ୍କା ମନା କରିଦେଇଥିଲେ । ତାପରେ ଭଂଶାଲୀ ଆଲିଆଙ୍କୁ ଏହି ସିନେମା ପାଇଁ ବାଛିଥିଲେ ।
ଆଲିଆ ଏବେ ପିତା ମହେଶ ଭଟ୍ଟଙ୍କ ସିନେମା ‘ସଡ଼କ-୨’ରେବ୍ୟସ୍ତ ଅଛନ୍ତି । ଏବଂ ନିର୍ଦ୍ଦେଶକ କରନ ଜୋହରଙ୍କ ସିନେମା ‘ବ୍ରହ୍ମାସ୍ତ୍ର’ରେ ମଧ୍ୟ ଆଲିଆ ଓ ରଣବୀର କପୁରଙ୍କ ଯୋଡି ଦର୍ଶକ ଦେଖିବାକୁ ପାଇବେ । ଅନ୍ୟପଟେ ଇମିତିଆଜ ଅଲ୍ଲୀଙ୍କ ‘ଲଭ ଆଜ କଲ-୨’ରେ ମଧ୍ୟ କାର୍ତ୍ତିକ ଓ ସାରା ଅଲ୍ଲୀ ଖାନଙ୍କକୁ ଏକାଠି ଦେଖିବାକୁ ମିଳିବ । କାର୍ତ୍ତିକ ଆର୍ଯ୍ୟନ ମଧ୍ୟ ସିନେମା ‘ପତି-ପତ୍ନୀ ଔର ବୋ’ର ସୁଟିଂରେ ବ୍ୟସ୍ତ ଅଛନ୍ତି।

Comments are closed.