Odisha Link
Bridging the Missing Links in Odisha

ସିନେମା ତାଙ୍କର, ପୋଷ୍ଟର ତାଙ୍କର ତେବେ ସଲମାନ କାହିଁକି !

ନୂଆଦିଲ୍ଲୀ: ବଲିଉଡ୍‌ ଦବଙ୍ଗ ପୋଲିସ୍‌ ଅଫିସର ଚୁଲ୍‌ବୁଲ୍‌ ପାଣ୍ଡେ ଦର୍ଶକଙ୍କ ମନୋରଞ୍ଜନ କରିବାକୁ ଆସୁଛନ୍ତି। ସଲମାନଙ୍କ ସିନେମା ‘ଦବଙ୍ଗ-୩’ର ପ୍ରମୋ ରିଲିଜ୍‌ ହୋଇଛି । ଚୁଲବୁଲ୍‌ ପାଣ୍ଡେ ନିଜେ ସିନେମାର ପ୍ରମୋକୁ ସୋସିଆଲ ମିଡିଆରେ ଶେୟାର କରିଛନ୍ତି। ପ୍ରମୋରେ ପାଣ୍ଡେ ଜୀ କହୁଛନ୍ତି, “ଯେତେବେଳେ ଚୁଲ୍‌ବୁଲ୍‌ ପାଣ୍ଡେଙ୍କ ସହ ଅଛି ପୂରା ଇଣ୍ଡିଆର ଇମୋଶନ୍ସ, ତେବେ ସଲମାନ କାହିଁକି କରିବେ ସିନେମା ଦବଙ୍ଗ୍‌ର ପ୍ରମୋଶନ? ” ସେ କହିଛନ୍ତି ସିନେମା ତାଙ୍କର, ପୋଷ୍ଟର ତାଙ୍କର, ତେବେ ସିନେମାର ପ୍ରମୋଶନ ମଧ୍ୟ ଚୁଲ୍‌ବୁଲ୍‌ ପାଣ୍ଡେ ହିଁ କରିବେ।

ସେହିପରି ନିଜ ଅଫିସିଆଲ୍‌ ଟୁଇଟର ହ୍ୟାଣ୍ଡେଲରେ ସଲମାନ ନିଜ ନାମକୁ ବଦଳାଇ ଚୁଲ୍‌ବୁଲ୍‌ ପାଣ୍ଡେ ରଖିଛନ୍ତି । ସିନେମାଟିର ନିର୍ଦ୍ଦେଶନା ଭାର ପ୍ରଭୁ ଦେବା ଉଠେଇଛନ୍ତି । ଦବଙ୍ଗ-୩’ ସିନେମାଟି ଡିସେମ୍ବର ୨୦ରେ ରିଲିଜ୍‌ ହେବାକୁଯାଉଛି ଓ’ ମହେଶ ମଞ୍ଜରେକରଙ୍କ ଝିଅ ସାମଞ୍ଜରେକର ସଲମାନଙ୍କ ପ୍ରେମିକା ଚରିତ୍ରରେ ନଜରରେ ଆସିବେ ।

Comments are closed.