Odisha Link
Bridging the Missing Links in Odisha

ରାଜ୍ୟପାଳଙ୍କ ଦ୍ୱାରା ଟିବି ସିଲ୍‌ ବିକ୍ରିର ଶୁଭାରମ୍ଭ

ଭୁବନେଶ୍ୱର : ଯକ୍ଷ୍ମାରୋଗର ସଂପୂର୍ଣ୍ଣ ନିରାକରଣ ଆମର ଲକ୍ଷ୍ୟ । ଏହି ଲକ୍ଷ୍ୟ ହାସଲ ନିମନ୍ତେ ସରକାରୀ ଓ ବେସରକାରୀ ସ୍ତରରେ ଅନେକ ପ୍ରୟାସ ହେଉଛି ଏବଂ ଉତ୍ସାହଜନକ ସଫଳତା ମଧ୍ୟ ମିଳିଛି । ଏଥି ନିମନ୍ତେ ବ୍ୟାପକ ଜନସଚେତନତା ଦରକାର ଏବଂ ଏହା ଉପରେ ଗୁରୁତ୍ୱ ଦେବାକୁ ରାଜ୍ୟପାଳ ତଥା ଓଡ଼ିଶା ଟିବି ଆସୋସିଏସନ୍‌ ଅଧ୍ୟକ୍ଷ ପ୍ରଫେସର ଗଣେଶୀ ଲାଲ ପରାମର୍ଶ ଦେଇଛନ୍ତି ।

ଆଜି ରାଜଭବନରେ ଆୟୋଜିତ ଏକ ଉତ୍ସବରେ ୭୦ତମ ଟିବି ସିଲ୍‌ ବିକ୍ରିର ଶୁଭାରମ୍ଭ କରି ରାଜ୍ୟପାଳ କହିଲେ ଯେ ପ୍ରାଥମିକ ପର୍ଯ୍ୟାୟରେ ଯକ୍ଷ୍ମାରୋଗୀଙ୍କୁ ଚିହ୍ନଟ ସହିତ ତୁରନ୍ତ ଚିକିତ୍ସା ସେବା ଯୋଗାଇ ଦେବା ନିମନ୍ତେ ବ୍ୟବସ୍ଥାରେ କ୍ରିୟାଶୀଳତା ବହୁତ ଜରୁରୀ । ରାଜ୍ୟପାଳଙ୍କ ପ୍ରମୁଖ ସଚିବ ମଧୁସୂଦନ ପାଢ଼ୀ ଓ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ସଚିବ ପ୍ରମୋଦ କୁମାର ମେହେର୍ଦ୍ଦା ରାଜ୍ୟରେ ଯକ୍ଷ୍ମାରୋଗର ସ୍ଥିତି ଓ ନିରାକରଣ ପ୍ରୟାସ ସଂପର୍କରେ ଆଲୋଚନା କରିଥିଲେ । ଟିବି ଆସୋସିଏସନ୍‌ର ସଂପାଦକ ଡ. ପି.କେ. ହୋତା ବିଭିନ୍ନ କାର୍ଯ୍ୟକ୍ରମ ବିଷୟରେ ସୂଚନା ଦେଇଥିଲେ ।

Comments are closed.