Odisha Link
Bridging the Missing Links in Odisha

ଏଫଆଇଆର ରୁଜୁ କଲା ବିଜେପି

ଭୁବନେଶ୍ୱର : ଯାଜପୁର ଜିଲ୍ଲା ପୋଲିସ ଏସପି ଚରଣ ସିଂ ମିନା ଯାହାଙ୍କ କାମ ହେଉଛି ସାଧାରଣ ଲୋକମାନଙ୍କୁ ନ୍ୟାୟ ଓ ସୁରକ୍ଷା ଦେବା ସେ ମହାଶୟ ବର୍ତମାନ ସାଧାରଣ ଓଡିଆ ଝିଅ ବୋହୁଙ୍କ ଚରିତ୍ର ହନନ ଓ ବଳାକ୍ରାରିଙ୍କୁ ସୁରକ୍ଷା ଦେବାରେ ଲାଗିଛନ୍ତି । ସ୍ମିତାରାଣୀର ହତ୍ୟାକୁ ଆଜି ୯ ଦିନ ପୁରିବାକୁ ଯାଉଥିବା ବେଳେ ଗେଷ୍ଟ ହାଉସରେ ଥିବା ଶାସକ ବିଜେଡିର ନେତା ଏବଂ ରାମକୋ ଅଧିକାରୀଙ୍କୁ ଜିଲ୍ଲା ଏସପି ଏବେ ସୁଦ୍ଧା ଜେରା ନକରି ବଡ ଆଚାର୍ଯ୍ୟ ଜନକ ଭାବେ ମୃତକ ସ୍ମିତାରାଣିଙ୍କ ସ୍ୱାମୀଙ୍କୁ ଜେରା କରୁଛନ୍ତି । ତଦନ୍ତକୁ ବାଟବଣା କରିବା ଉଦ୍ଦେଶ୍ୟରେ ସ୍ମିତାରାଣୀଙ୍କର ଚରିତ୍ର ହନନ କରିବାକୁ ବି ପଛାଇଲେ ନାହିଁ ଜିଲ୍ଲା ଆରକ୍ଷୀ ଅଧିକାରୀ । ସମ୍ପୃର୍ଣ୍ଣ ତଦନ୍ତ ନସରୁଣୁ ତଦନ୍ତର ପରିସମାପ୍ତ ଘଟାଇବା ପାଇଁ ପ୍ରୟାସ କରିଛନ୍ତି । ଏହାର ତଦନ୍ତ ଦାୟୀତ୍ୱରେ ଥିବା ଜିଲ୍ଲା ଏସପି ଜଣେ ସର୍ବଭାରତୀୟ ପୋଲିସ ସେବାର ଅଧିକାରୀ । ତାଙ୍କର ଏଭଳି ଆଚରଣ ଅତ୍ୟନ୍ତ ବିଶୃଙ୍ଖଳିତ । ଜଣେ ମୃତ ମହିଳାଙ୍କର ଚରିତ୍ରକୁ ଆକ୍ଷେପ କରି ସର୍ବସାଧାରଣରେ ଏପରି ଟିପ୍ପଣି ଦେବା ପିଡିତାଙ୍କ ପରିବାରର ମାନହାନି କରିବା ସହିତ ହିନ୍ଦୁ ପରମ୍ପରାରେ ମୃତ ଆତ୍ମା ପ୍ରତି ଦିଆଯାଉଥିବା ସ୧ାନକୁ ବିରୋଧାଚରଣ କରୁଛି । ବେଆଇନ ଭାବେ ନିର୍ମାଣ ହୋଇଥିବା ସେହି ଗେଷ୍ଟହାଉସ (ରଙ୍ଗଶାଳା)କୁ ଭାଙ୍ଗିବା ପାଇଁ ଗତକାଲି ଜିଲ୍ଲାପାଳଙ୍କର ନିର୍ଦ୍ଦେଶ ପ୍ରମାଣିତ କରୁଛି ଯେ ପ୍ରଶାସନର ଜ୍ଞାତରସାରରେ ସରକାରଙ୍କ ଜାଣତରେ ଏଭଳି ବେଆଇନ କାର୍ଯ୍ୟ ଚାଲୁଥିଲା । ବେନିୟମ କାମର ତଦନ୍ତ ନକରି ଏସପିଙ୍କର ଏପରି ତରବରିଆ ମନ୍ତବ୍ୟ କେବଳ ସାମାଜିକ ଶୃଙ୍ଖଳାକୁ ଭଙ୍ଗ କରୁନାହିଁ ପରନ୍ତୁ ସ୍ମିତାରାଣୀଙ୍କର ୪ ବର୍ଷର ଶିଶୁକନ୍ୟା, ତାଙ୍କ ସ୍ୱାମୀ, ତାଙ୍କ ପରିବାରର ମାନହାନି କରୁଛି । ଗଣମାଧ୍ୟମରେ ମୃତକ ସ୍ମିତାରାଣୀଙ୍କ ଚରିତ୍ରକୁ ଆକ୍ଷେପ କରି ବକ୍ତବ୍ୟ ଦେଇ ତଦନ୍ତ ପ୍ରକ୍ରିୟାକୁ ପ୍ରଭାବିତ କରିଥିବାରୁ ତାଙ୍କ ବିରୁଦ୍ଧରେ ଯାଜପୁର ଜିଲ୍ଲାର ସମସ୍ତ ୧୯ଟି ଥାନାରେ ଫୋଜଧାରୀ ମକଦ୍ଦମା ଲାଗୁ କରିବା ସହ ଏଫଆଇଆର ଦିଆଯାଇଅଛି । ଗଣଦୁର୍ଷ୍କମ ଏବଂ ହତ୍ୟା ପ୍ରସଙ୍ଗରେ ଯାଜପୁର ଏସପି ମୃତକ ଯାଜପୁର ଜିଲ୍ଲା ଧର୍ମଶାଳା ପିଇଓ ସ୍ମିତାରାଣୀଙ୍କ ଚରିତ୍ର ହନନ କରିବା ସହ ତଦନ୍ତକୁ ପ୍ରଭାବିତ କରିଛନ୍ତି । ଜଣେ ସରକାରୀ କାର୍ଯ୍ୟରତ ସରକାରୀ ଅଫିସରଙ୍କୁ ହତ୍ୟା କରିବା ପରେ ବି ରାଜ୍ୟ ସରକାର ନୀରବ ରହିବା ଅତ୍ୟନ୍ତ ର୍ଦୁଭାଗ୍ୟ ଜନକ । ଏହାର ପ୍ରତିବାଦରେ କରି ଗତ ୨୨ ତାରିଖ ଦିନ ଜିଲ୍ଲା ବ୍ୟାପୀ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ ଜିଲ୍ଲା ବନ୍ଦ ଡାକରା ଦିଆଯାଇଥିଲା । ଜିଲ୍ଲାବାସୀଙ୍କ ବିପୁଳ ସମର୍ଥନ କାରଣରୁ ଏହି ବନ୍ଦ ଡାକରା ସଂପୂର୍ଣ୍ଣ ଭାବେ ସଫଳ ହୋଇଥିଲା । ମୃତକ ସ୍ମିତାରାଣୀଙ୍କ ଦଶାହ କାର୍ଯ୍ୟ ଏବଂ ଘଟଣା ଘଟିବାର ୧୦ ଦିନ ବିତିଯାଇଥିଲେ ସୁଦ୍ଧା ପୋଲିସ ଏବଂ ପ୍ରଶାସନ କୈାଣସି ଦୃଢ ପଦକ୍ଷେପ ଗ୍ରହଣ କରିନାହାନ୍ତି । ଆଜି ଜିଲ୍ଲା ସଭାପତି ଶ୍ରୀ ଗୈାତମ ରାୟଙ୍କ ନେତୃତ୍ୱରେ ଶତାଧିକ କାର୍ଯ୍ୟକର୍ତା ଯାଜପୁର ସଦର (ବରୁଆ) ଓ ଯାଜପୁର ଟାଉନ ଥାନାରେ ଏଫଆଇଆର ରୁଜୁ କରିଥିବାବେଳେ ତୁଷାର ପରିଡାଙ୍କ ନେତୃତ୍ୱରେ ଧର୍ମଶାଳା, କୁଆଖିଆ ଓ ଜେନାପୁର ଥାନା; ଅମର ନାୟକଙ୍କ ନେତୃତ୍ୱରେ ବଇରୀ, ବାଲିଚନ୍ଦ୍ରପୁର ଓ ବଡଚଣା ଥାନା; ବବିତା ମଲ୍ଲିକଙ୍କ ନେତୃତ୍ୱରେ ବିଂଝାରପୁର ଥାନା; ବିଶ୍ୱଜିତ ନାୟକଙ୍କ ନେତୃତ୍ୱରେ କୋରେଇ ଓ ଯାଜପୁର ରୋଡ ଥାନା, ଟୁଟୁ ବଳଙ୍କ ନେତୃତ୍ୱରେ ସୁକିନ୍ଦା, କଳିଙ୍ଗ ନଗାର ଓ ଜଖପୁରା ଥାନା; ବିଶ୍ୱଜିତ ମଲ୍ଲିକଙ୍କ ନେତୃତ୍ୱରେ ବରୀ ଥାନାରେ ଏସପିଙ୍କ ବିରୁଦ୍ଧରେ ଫୋଜଦାରୀ ମାମଲା ରୁଜୁ କରିଛନ୍ତି । ଜିଲ୍ଲା ପୋଲିସ ଓ ପ୍ରଶାସନ ତଦନ୍ତ ପ୍ରକ୍ରିୟାକୁ ପ୍ରଭାବିତ କରୁଥିବା କାରଣରୁ ନ୍ୟାୟ ମିଳିବା ଅସମ୍ଭବ । ତେଣୁ ନିରପେକ୍ଷ ତଦନ୍ତ ପାଇଁ ଏହି ଘଟଣାର ତଦନ୍ତ ଭାର ସିବିଆଇକୁ ହସ୍ତାନ୍ତର କରିବା ପାଇଁ ରାୟ ପୁଣି ଥରେ ଦାବୀ କରିଛନ୍ତି ।

Comments are closed.