Odisha Link
Bridging the Missing Links in Odisha

‘ଷାଣ୍ଢ କି ଆଖ୍’ ହେଲା ଟ୍ୟାକ୍ସ ଫ୍ରି

ମୁମ୍ବାଇ: ତୁଷାର ହୀରାନନ୍ଦିନୀଙ୍କ ଦ୍ଵାରା ନିର୍ଦ୍ଦେଶିତ ସିନେମା ‘ସାଣ୍ଡ କି ଆଁଖ’ ସିନେମାଟିକୁ ଦର୍ଶକ ବେଶ ପ୍ରଶଂସା କରୁଛନ୍ତି । ସିନେମାଟି ସାର୍ପ ଶୁଟର୍ ଚନ୍ଦ୍ରୋ ତୋମାର ଓ ପ୍ରକାଶୀ ତୋମାରଙ୍କ ଜୀବନ ଉପରେ ଆଧାରିତ ହୋଇଛି । ସିନେମାଟିରେ କିପରି ନିଜର ସ୍ବପ୍ନକୁ ସାକାର କରିବା ପାଇଁ ବୟସର ସୀମା ନଥାଏ ତାହା ଦର୍ଶାଯାଇଛି । ସିନେମାରେ ତାପସୀ ପନ୍ନୁ ଏବଂ ଭୂମି ପେଡନେକର ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି । ତାଙ୍କ ସହ ସିନେମାରେ ପ୍ରକାଶ ଝା, ବିନୀତ କୁମାର ସିଂହ ଓ ପବନ ଚୋପ୍ରା ଆଦି ପ୍ରମୁଖ ଅଛନ୍ତି।


ସିନେମାଟିକୁ ରାଜସ୍ଥାନ ସରକାର ଓ ଉତ୍ତର ପ୍ରଦେଶ ସରକାର ଟ୍ୟାକ୍ସ ଫ୍ରି କରିଦେଇ ଥିବା ସମୟରେ ଏବେ ଦିଲ୍ଲୀ ମୁଖ୍ୟମନ୍ତ୍ରୀସିନେମାକୁ ଟ୍ୟାକ୍ସ ଫ୍ରି ଘୋଷଣା କରିଛନ୍ତି ।ଏହାକୁ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଟ୍ଵିଟ କରିଛନ୍ତି । ଟ୍ୱିଟ୍‌ କରି କେଜ୍ରିୱାଲ୍ ଲେଖିଛନ୍ତି, “ଦିଲ୍ଲୀ ସରକାର ଏହି ଫିଲ୍ମକୁ ଟ୍ୟାକ୍ସ ଫ୍ରି କରିଛନ୍ତି। ଏହି ଫିଲ୍ମ ମାଧ୍ୟମରେ ଦିଆଯାଉଥିବା ବାର୍ତ୍ତା ସବୁ ବର୍ଗର ଲୋକମାନଙ୍କ ପାଖରେ ପହଞ୍ଚିବା ଦରକାର। ଏହି ଫିଲ୍ମରେ ସ୍ୱପ୍ନକୁ ସାକାର କରିବା ଯେଉଁ ଶକ୍ତି ଦରକାର, ତାହା ଦର୍ଶାଯାଇଛି।”

Comments are closed.