Odisha Link
Bridging the Missing Links in Odisha

ଆଜି ବିଜେଡିର ଜନସମ୍ପର୍କ ପଦଯାତ୍ରା

ଭୁବନେଶ୍ବର: ଆଜି ବିଜେଡିର ଜନସମ୍ପର୍କ ପଦଯାତ୍ରା ଅନୁଷ୍ଠିତ ହେବ। ସକାଳ ୧୧ଟା ୧୫ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ଦେଇ ଏହି କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିବେ। ଭୁବନେଶ୍ବର ମଧ୍ୟ ୩୪ ନମ୍ବର ୱାର୍ଡ ତୋଶାଳି ପ୍ଲାଜା ପଡିଆରେ ଏହି ପଦଯାତ୍ରା ଆୟୋଜନ ହୋଇଛି। ଏଥିରେ ବିଧାୟକ, କର୍ପୋରେଟର ଏବଂ ଦଳୀୟ ପଦାଧିକାରୀ ଯୋଗ ଦେବେ। ଏହା ସହ ଦଳର ପ୍ରାୟ ୮ ହଜାର କର୍ମକର୍ତ୍ତା ସାମିଲ ହେବେ।
ଅକ୍ଟୋବର ୨ ଗାନ୍ଧି ଜୟନ୍ତୀରୁ ବିଜେଡି ଜନସମ୍ପର୍କ ପଦଯାତ୍ରା ଆରମ୍ଭ କରିଛି। ବିଭିନ୍ନ ଲୋକାଭିମୁଖୀ ସରକାରୀ ଯୋଜନା କିପରି ଲୋକଙ୍କ ପାଖରେ ପହଞ୍ଚିପାରିବ ଏବଂ ଦଳୀୟ ସାଂଗଠାନିକ ସ୍ଥିତି ମଜୁବୁତ କରିବା ପାଇଁ ବିଜେଡି ପକ୍ଷରୁ ଏହି ପଦଯାତ୍ରା କରାଯାଉଛି।

Comments are closed.