Odisha Link
Bridging the Missing Links in Odisha

ଅନ୍ଧବିଶ୍ୱାସର ଭୟଙ୍କର ଚିତ୍ର

ନୟାଗଡ: ନୟାଗଡ ଜିଲ୍ଲାର ରଣପୁରରୁ ଆସିଲା ଅନ୍ଧବିଶ୍ୱାସର ଭୟଙ୍କର ଚିତ୍ର। ସାପ କାମୁଡା ରୋଗୀଙ୍କୁ ଚିକିତ୍ସା ବଦଳରେ ଝଡାଫୁଙ୍କା କରୁଛି ଗୁଣିଆ। ମିଳିଥିବା ଖବର ଅନୁସାରେ, ରଣପୁର ଅଂଚଳରେ ଜଣେ ବ୍ୟକ୍ତିଙ୍କୁ ସାପ କାମୁଡିଦେଇଥିଲା। ସେ ଡାକ୍ତରଙ୍କ ପାଖକୁ ନ ଯାଇ ଝଡାଫୁଙ୍କା ପାଇଁ ଗୁଣିଆ ପାଖକୁ ଯାଇଥିଲେ।
ସେଠାରେ ସଂପୃକ୍ତ ଗୁଣିଆ ରୋଗୀର ହାତକୁ ବ୍ଲେଡରେ କାଟିବା ସହ ଝଡାଫୁଙ୍କା କରଥିଲେ। ପରେ ଭଲ ନହେବାରୁ ରୋଗୀକୁ ମେଡିକାଲରେ ଭର୍ତି କରାଯାଇଛି। ହାତକୁ ବ୍ଲେଡରେ କଟାଯିବା ଦ୍ୱାରା ସଂକ୍ରମଣ ହେବାର ଆଶଙ୍କା ରହିଛି। ତେବେ ବାରମ୍ବାର ଏପରି ଦୃଶ୍ୟ ରାଜ୍ୟର ବିଭିନ୍ନ ସ୍ଥାନରେ ଦେଖିବାକୁ ମିଳିଛି। ପୂର୍ବରୁ ମଧ୍ୟ ଯାଜପୁର କୋରେଇରେ ଏପରି ଏକ ଦୃଶ୍ୟ ଦେଖିବାକୁ ମିଳିଥିଲା । ସାପ କାମୁଡିବା ପରେ ବ୍ୟକ୍ତି ଜଣକ ଡାକ୍ତରଖାନା ଯାଇନଥିଲେ ବରଂ ସ୍ଥାନୀୟ ଅଂଚଳର ଏକ ମନ୍ଦିରରେ ରହି ଝଡାଫୁଙ୍କାର ଆଶ୍ରା ନେଇ ଥିଲେ। ଏପରିକି ତାଙ୍କୁ ମେଡିକାଲ ନେବାକୁ ଆସିଥିବା ୧୦୮ ଆମ୍ବୁଲାନ୍ସକୁ ବି ସେ ଫେରାଇ ଦେଇଥିଲେ । ତେବେ ପୁଣି ଆଜି ନୟାଗଡରୁ ଏପରି ଏକ ଚିତ୍ର ଆସିଛି ଯାହାକୁ ନେଇ ଚିନ୍ତା ବଢିଛି ।କେବେ ଲୋକଙ୍କ ମନରୁ ଏପରି ଅନ୍ଧବିଶ୍ୱାସ ଦୂର ହେବ ତାହାକୁ ନେଇ ଉଠୁଛି ଅନେକ ପ୍ରଶ୍ନ।

Comments are closed.