ହିରୋ ପରି ଜୀବନ ବଞ୍ଚାଇଲେ ଶାହରୁଖ୍ ଖାଁ

ମୁମ୍ବାଇ: ବଲିଉଡରେ ସମସ୍ତ ଅଭିନେତା ଓ ଅ ଧୁମଧାମରେ ଦୀପାବଳି ପାଳନ କରିଛନ୍ତି । ଏହି ଦୀପାବଳି ଅବସରରେ ବିଗ୍ ବି ଅମିତାଭ୍ ବଚ୍ଚନ ନିଜ ଘର ଜଲସାରେ ଏକ ବଡ଼ ଧରଣର ପାର୍ଟି ଦେଇଥିଲେ। ଏହି ପାର୍ଟିରେ ଅନେକ ଅଭିନେତା ଓ ଅଭିନେତ୍ରୀ ଯୋଗ ଦେଇଥିଲେ। ସମସ୍ତେ ବାଣଫୁଟାଇବାରେ ମସଗୁଲ୍ ଥିବାସମୟରେ ଏକ ଅଘଟଣା ଘଟି ଯାଇଥିଲା । ଐଶ୍ଚର୍ଯ୍ୟା ରାୟ ବଚ୍ଚନଙ୍କ ମ୍ୟାନେଜର ଅର୍ଚ୍ଚନା ସଦାନନ୍ଦଙ୍କ ଲେହେଙ୍ଗାରେ ନିଆଁ ଲାଗିଯାଇଥିଲା। ସେହି ସମୟରେ କିଙ୍ଗ୍ ଖାଁ ଶାହରୁଖ୍ ଖାଁଙ୍କ ନଜର ପଡ଼ି ଯାଇଥିଲା। ସେ ଲେହେଙ୍ଗାରୁ ନିଆଁ ଲିଭାଇଥିଲେ। ଏବେ ଅର୍ଚ୍ଚନାଙ୍କୁ ଚିକିତ୍ସା ପାଇଁ ନାନାବତୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଗତ ୨ ବର୍ଷ ଧରି ବିଗ୍ ବିଙ୍କ ଘରେ ଦୀପାବଳି ଉତ୍ସବ ପାଳିତ ହେଉ ନ ଥିଲା।