ବନ୍ଧାହେଲେ ଲୁଟେରା ବାବା

କଟକ: ପୁଣି ପଦାରେ ପଡିଲା ବାବାଙ୍କ କାରନାମା। ପୁରୀଘାଟ ସ୍ଥିତ ବଙ୍ଗାଳି ସାହି ହଜାରୀ ଲେନ୍ରୁ ଜଣେ ଲୁଟେରା ବାବା ଗିରଫ ହୋଇଛନ୍ତି। ପୂର୍ବରୁ ବଶୀକରଣ କରି ଗହଣା ଲୁଟ୍ କରୁଥିବା ବାବାଙ୍କ ନାମରେ ଅଭିଯୋଗ ହୋଇଥିଲା। ଆଜି ସ୍ଥାନୀୟ ଲୋକେ ଯୋଜନା କରି ବାବାଙ୍କୁ ହଜାରୀ ଲେନ୍କୁ ଡାକିଥିଲେ। ପୁଣି ଲୋକଙ୍କୁ ଫୁସୁଲାଇ ଗହଣା ଲୁଟ୍ କରୁଥିବା ବେଳେ ସ୍ଥାନୀୟ ଲୋକ ତାକୁ କାବି କରିଥିଲେ। ପରେ ବାବାଙ୍କୁ ବାନ୍ଧି ପକାଇ ପୁରୀଘାଟ ଥାନାକୁ ଖବର ଦେଇଥିଲେ। ଘଟଣାସ୍ଥଳରେ ପୁଲିସ ପହଞ୍ଚି ଲୁଟେରା ବାବାକୁ ଗିରଫ କରିଛି।