Odisha Link
Bridging the Missing Links in Odisha

ଦିଲ୍ଲୀ: ବଢ଼ିଲା ବାୟୁ ପ୍ରଦୂଷଣ, ନଭେମ୍ବର ୫ଯାଏଁ ସ୍କୁଲ ଛୁଟି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ: ଦେଶର ରାଜଧାନୀ ଏବେ ଧୂଆଁମୟ। ଦିନକୁ ଦିନ ସହରରେ ପ୍ରଦୂଷଣ ମାତ୍ରା ବଢ଼ିବାରେ ଲାଗିଛି। ଏସବୁକୁ ନଜର ରଖି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲ୍‌ ସ୍କୁଲ୍‌ ପିଲାମାନଙ୍କୁ ମାସ୍କ ବା ମୁଖା ବଣ୍ଟନ କରିଛନ୍ତି। ଏଥିସହିତ ରାଜଧାନୀରେ ପ୍ରଦୂଷଣ ମାତ୍ରା ବଢ଼ିବାରୁ ନଭେମ୍ବର ୫ ତାରିଖ ଯାଏଁ ସମସ୍ତ ସ୍କୁଲ ବନ୍ଦ ରଖିବା ପାଇଁ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ ଘୋଷଣା କରହିଛନ୍ତି।

ପଡ଼ୋଶୀ ରାଜ୍ୟଗୁଡ଼ିକରେ ଶସ୍ୟକ୍ଷେତରେ ନଡ଼ା ପୋଡ଼ାଯାଉଥିବା କାରଣରୁ ଜାତୀୟ ରାଜଧାନୀ ଅଞ୍ଚଳକୁ ଧୂଆଁ ଆସି ବାୟୁମଣ୍ଡଳ ପ୍ରଦୂଷଣ କରିପକାଉଛି। ଏ ବର୍ଷ ନଡ଼ା ପୋଡ଼ା ଦୁଇଗୁଣ ହୋଇଥିବା କୁହାଯାଉଛି। ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅଣନିଃଶ୍ୱାସୀ ହୋଇପଡ଼ିଥିବା ଦିଲ୍ଲୀବାସୀଙ୍କୁ ୫୦ ଲକ୍ଷରୁ ଅଧିକ ଏନ୍‌୯୫ ମୁଖା ବଣ୍ଟନ ସଂକ୍ରାନ୍ତରେ ଟୁଇଟ୍‌ କରିଛନ୍ତି।

ଟୁଇଟ୍‌ରେ ସେ ଲେଖିଛନ୍ତି ଯେ, ପଡ଼ୋଶୀ ରାଜ୍ୟଗୁଡ଼ିକରେ ଶସ୍ୟ ନଡ଼ା ପୋଡ଼ାରୁ ଆସୁଥିବା ଧୂଆଁ ଯୋଗୁଁ ଦିଲ୍ଲୀ ଗ୍ୟାସ୍‌ ଚାମ୍ବର୍‌ ପାଲଟି ଯାଇଛି। ଏଇ ବିଷାକ୍ତ ପବନରୁ ତ୍ରାହି ପାଇବା ବଡ଼ କଥା। ବେସରକାରୀ ଏବଂ ସରକାରୀ ସ୍କୁଲ୍‌ମାନଙ୍କରେ ଆଜି ଆମେ ୫୦ ଲକ୍ଷ ମୁଖା ବଣ୍ଟନ ଆରମ୍ଭ କରିଛୁ। ଆବଶ୍ୟକ ବେଳେ ଏହାକୁ ବ୍ୟବହାର କରିବାକୁ ମୁଁ ସମସ୍ତ ଦିଲ୍ଲୀବାସୀଙ୍କୁ ନିବେଦନ କରୁଛି। ନାକ ଓ ପାଟି ଆବୃତ କରୁଥିବା ଏନ୍‌୯୫ ମୁଖା ବାୟୁରୁ ୯୫% ଯାଏଁ ପ୍ରଦୂଷଣ ଉପାଦାନ ଛାଣି ପାରିବ।

Comments are closed.