Odisha Link
Bridging the Missing Links in Odisha

ୱାଇଲ୍ଡ କାର୍ଡଙ୍କର ବିଗ୍ ବସରେ ଧମାକା

ଭୁବନେଶ୍ବର : କଲରର୍ସ ଟିଭରେ ପ୍ରସାରିତ ହେଉଥିବା ରିୟାଲିଟି ଶୋ ବିଗ ବସ ସିଜିନ-୧୩ ଏବେ ଖୁବ ଚର୍ଚ୍ଚା ଧରିଛି । ରିୟାଲିଟି ଶୋର ପ୍ରଯୋଜକ ସପ୍ରାଇଜ ପରେ ସପ୍ରାଇଜ ଦେବାରେ ଲାଗିଛନ୍ତି । ବର୍ତ୍ତମାନ ଘରେ ଥିବା ସଦସ୍ୟଙ୍କ ମଧ୍ୟରୁ ଚଳିତ ସପ୍ତାହରେ ଅଧା ପ୍ରତିଯୋଗୀ ଘର ବାହାରକୁ ଚାଲିଯିବା ସହ ୫ଜଣ ନୂଆ ପ୍ରତିଯୋଗୀ ଘରକୁ ପ୍ରବେଶ କରିବାକୁ ଯାଉଛନ୍ତି । ନୂଆ ପ୍ରତିଯୋଗୀ ଏଣ୍ଟ୍ରି କରି ସିକ୍ରେଟ ରୁମ୍‌ରେ ରହି ଅନ୍ୟ ପ୍ରତିଯୋଗୀଙ୍କ ଉପରେ ନଜର ରଖୁଛନ୍ତି । ପ୍ରବେଶ କରିବାକୁ ଥିବା ପ୍ରତିଯୋଗୀଙ୍କ ମଧ୍ୟରେ ରହିଛନ୍ତି ହିନ୍ଦୁସ୍ତାନୀ ବାବୁ, ଟିଭି ଉପସ୍ଥାପକ ତେହେସିନ୍ ପୁନାଓ୍ଵାଲା, ଖେସାରୀ ଲାଲ ଯାଦବ, ଅରହାନ ଖାନ୍ ଓ କୋଏନା ମିତ୍ରା ।
ପୂର୍ବରୁ ରଶ୍ମୀ ଦେଶାଇ ସବୁଠାରୁ ଦାମୀ ପ୍ରତିଯୋଗୀ ଥିବା ବେଳେ ପୂରା ସିଜିନ୍ ପାଇଁ ତାଙ୍କୁ ୧.୨କୋଟି ମିଳୁଥିବା ସମୟରେ ,ତେହେସିନଙ୍କ ସପ୍ତାହକୁ ୨୧ଲକ୍ଷ ଟଙ୍କା ମିଳିବା ପରେ ସେ ଏବେ ଦାମୀ ପ୍ରତିଯୋଗୀ ପାଲଟିଛନ୍ତି। ଶୋ ରେ ତେହେସିନ ରଶ୍ମୀ ଦେଶାଇଙ୍କୁ ସମର୍ଥନ କରୁଥିବା ସମୟରେ କୋଏନା ସିଦ୍ଧାର୍ଥ ଶୁକ୍ଳା ଙ୍କୁ ସମର୍ଥନ କରୁଛନ୍ତି ।

Comments are closed.