Odisha Link
Bridging the Missing Links in Odisha

ଯୌନ ଶୋଷଣ ଅଭିଯୋଗରେ ପ୍ରମୋଦ ସାହୁଙ୍କୁ ଉଠାଇ ନେଲା ପୁଲିସ

କେନ୍ଦ୍ରାପଡା: କେନ୍ଦ୍ରାପଡ଼ା କ୍ରେଡିଟ୍ କୋ ଅପରେଟିଭ ଯୌନ ନିର୍ଯ୍ୟାତନା ମାମଲା ର ଅଭିଯୁକ୍ତ ପ୍ରମୋଦ ସାହୁଙ୍କୁ ପୋଲିସ ଉଠାଇନେଇଥିବାର ସୂଚନା ମିଳିଛି। ରବିବାର ବିଳମ୍ବିତ ରାତିରେ ପ୍ରମୋଦଙ୍କୁ ଟାଉନ୍ ଥାନା ଅନ୍ତର୍ଗତ ବଣିଆମାଳ ସ୍ଥିତ ତାଙ୍କ ଘରୁ ପୋଲିସ ଉଠାଇ ନେଇଥିବା ଜଣାପଡିଛି। ରାତି ତମାମ ସହର ବାହାରେ କୌଣସି ଏକ ଅଜ୍ଞାତ ସ୍ଥାନରେ ପୋଲିସ ପ୍ରମୋଦଙ୍କୁ ପଚରା ଉଚରା କରୁଥିବା ସୂଚନା ମିଳିଛି। କେନ୍ଦ୍ରାପଡ଼ା କ୍ରେଡିଟ୍ କୋ ଅପରେଟିଭ ସୋସାଇଟିର ଜଣେ ମହିଳା କର୍ମଚାରୀ ପ୍ରମୋଦଙ୍କ ବିରୁଦ୍ଧରେ କାର୍ଯ୍ୟକ୍ଷେତ୍ରରେ ଯୌନ ଶୋଷଣର ଅଭିଯୋଗ ଆଣିଥିଲେ।

Comments are closed.