୩୧ ବର୍ଷ ବୟସରେ ପାଦଥାପିଲେ ବିରାଟ କୋହଲି

ମୁମ୍ବାଇ: ଭାରତୀୟ କ୍ରିକେଟ୍ ଟିମ୍ର ଅଧିନାୟକ ବିରାଟ କୋହଲି ଆଜି ୩୧ ବର୍ଷ ବୟସରେ ପାଦ ଦେଇଛନ୍ତି । ବିରାଟ ନଭେମ୍ବର୫ ,୧୯୮୮ ମସିହାରେ ଏକ ପଞ୍ଜାବ ପରିବାରରେ ଜନ୍ମ ଗ୍ରହଣ କରିଥିଲେ । ତାଙ୍କ ପିତା ପ୍ରେମ କୋହଲି ଜଣେ ଓକିଲ ଓ ମାତା ସରୋଜ କୋହଲି। ତାଙ୍କର ଛୋଟ ସମୟରୁ କ୍ରିକେଟ୍ ପ୍ରତି ରୁଚି ଦେଖିବାକୁ ମିଳିଥିଲା ।
କ୍ରିକେଟର୍ କୋହଲି ଏବେ ତାଙ୍କ ପତ୍ନୀ ଅନୁଷ୍କାଙ୍କ ସହ ଭୁଟାନରେ ଅଛନ୍ତି। ଅନୁଷ୍କା ନିଜ ଇନ୍ଷ୍ଟାଗ୍ରାମ୍ରେ କିଛି ଫଟୋ ସେୟାର୍ କରିଛନ୍ତି । ଏଥିରୁ ଅନୁମାନ କରାଯାଉଛି କି ବିରାଟ ଏଥର ନିରାଡ଼ମ୍ବର ଭାବେ ଜନ୍ମଦିନ ପାଳନ କରିବେ।
ଆପଣ ତ ଜାଣିଥିବେ ଅନେକ ଥର ବିରାଟଙ୍କ ବାୟୋପିକ୍ ବିଷୟରେ ଆଲୋଚନା ହୋଇଛି । ବିରାଟଙ୍କୁ ଯେତେବେଳେ ଏକ ସାକ୍ଷାତ୍କାରରେ ପଚରାଗଲା କି ଆପଣଙ୍କ ବାୟୋପିକ୍ରେ ଆପଣଙ୍କ ଚରିତ୍ର କିଏ ନିଭାନ୍ତୁ ବୋଲି ଆପଣଙ୍କ ଇଚ୍ଛା? ବିରାଟ ଉତ୍ତର ଦେଇଛନ୍ତି, ‘ଅନେକ ଦକ୍ଷ କଳାକାର ଇଣ୍ଡଷ୍ଟ୍ରିରେ ଅଛନ୍ତି। ମୁଁ ଚାହେଁ କେହି ନୂଆ ଦକ୍ଷ କଳାକାର ମୋ ଚରିତ୍ର ନିଭାନ୍ତୁ, ଯିଏ ଭଲ ଭାବେ ମୋ ଚରିତ୍ରକୁ ମ୍ୟାଚ୍ କରିବେ’।