Odisha Link
Bridging the Missing Links in Odisha

ଆଉ ୧୦ ଟଙ୍କା ବଢ଼ିପାରେ ପିଆଜ ଦର!

ଭୁବନେଶ୍ବର: ପରିବା ଦର ଆକାଶ ଛୁଆଁ ଥିବା ବେଳେ ପିଆଜର ଦର ଥିଲ ସବୁଠୁ ଅଧିକ ଖାଲି ସେତିକି ନୁହଁ ଏହାକୁ ପିଆଜର ପ୍ରେଷ୍ଟିଜ୍‌ ବୋଲି କହି ମଧ୍ୟ ଚର୍ଚ୍ଚା ଜୋର ଧରିଥିଲା। ତେବେ ବର୍ତ୍ତମାନ ଏହି ଚର୍ଚ୍ଚାକୁ ଆହୁରୀ ଘନିଭୂତ କରିବ ପିଆଜ ଦର। ପିଆଜ ଦର ୭୦ ଟଙ୍କା ଥିବାବେଳେ ତେବେ ଏବେ ଆହୁରୀ ୧୦ଟଙ୍କା ପଢ଼ିପାରେ ବୋଲି ଜଣା ପଡିଛି। ଏପରି ପିଆଜର ଦର ବୃଦ୍ଧିକୁ ନେଇ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ।
ସେ କହିଛନ୍ତି ଯେ, ଆନ୍ଧ୍ର, କର୍ଣ୍ଣାଟକ ଓ ମହାରାଷ୍ଟ୍ରରେ ବର୍ଷା ହେଉଥିବାରୁ ପିଆଜ ଆସୁନି। ସେଠାରୁ ପିଆଜ ଆସୁନଥିବାରୁ ଦର ବଢିଛି। ଆଗକୁ ପିଆଜ ଦର ଆହୁରି ୬ରୁ ୧୦ ଟଙ୍କା ବୃଦ୍ଧି ହୋଇପାରେ। ତେବେ ରାଜ୍ୟ ସରକାର ରିହାତି ଦରରେ ପିଆଜ ଯୋଗାଇବାକୁ ଚିନ୍ତା କରୁଛନ୍ତି । ଏନେଇ ଖୁବ ଶୀଘ୍ର ରାଜ୍ୟ ସରକାର ନିଷ୍ପତ୍ତି ନେବେ ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଛନ୍ତି।

Comments are closed.