Odisha Link
Bridging the Missing Links in Odisha

ବୋନ୍‌ କ୍ୟାନସର ସହ ଲଢିବାର ଶକ୍ତି ରଖିଥାଏ ,କଞ୍ଚା ଲଙ୍କା

ଭୁବନେଶ୍ବର: କଞ୍ଚା ହେଉକି ସିଝା, ସବୁଜ ପନିପରିବା ଦେହ ପାଇଁ ଅତ୍ୟନ୍ତ ଉପକାରୀ । ସବୁଜ ପନିିପରିବାରରେ ରହିଥାଏ ପ୍ରଚୁର ଭିଟାମିନ୍ସ । ବାଇଗଣ, ଫୁଲକୋବି, ଗାଜର, ଲଙ୍କା, ଶାଗ ଆଦି ପନିପରିବା ଦେହକୁ ସୁସ୍ଥ ଓ ସବଳ କରିଥାଏ । ଏମାନଙ୍କ ମଧ୍ୟରୁ ଏମିତି ଏକ ପନିପରିବା ଅଛି ଯାହା ପାଟିକୁ ରାଗ ଲାଗିଲେ ମଧ୍ୟ ଦେହପାଇଁ କିନ୍ତୁ ଉପକାରୀ । ଲଙ୍କାରେ ପ୍ରଚୁର ପରିମାଣରେ ଭିଟାମିନ୍‌ ଏ ଓ ସି ରହିଥାଏ କିନ୍ତୁ ଆଜିକାଲି ଅଧିକାଂଶ ଲୋକ ଲାଲ ଲଙ୍କାକୁ ଖାଦ୍ୟରେ ସାମିଲ କରୁଥିବା ଦେଖାଯାଏ। ଯାହା ସ୍ବାସ୍ଥ୍ୟ ପାଇଁ ହାନିକାରକ ହୋଇଥାଏ । କିନ୍ତୁ କଞ୍ଚା ଲଙ୍କା ଆମର ଦୃଷ୍ଟିଶକ୍ତି ବଢାଇବାରେ ସାହାଯ୍ୟ କରିଥାଏ ଓ ନିକଟରେ ଏକ ଗବେଷଣାରୁ ଜଣାପଡିଛି କି କଞ୍ଚାଲଙ୍କାରେ ଥିବା ଭିଟାମିନ୍ସ ଆମ ଶରୀରକୁ ବିଭିନ୍ନ ପ୍ରକାର ଛୋଟମୋଟ ସମସ୍ୟାରୁ ଦୂରେଇ ରଖିଥାଏ ।
-ଯେଉଁ ମାନେ ଅତ୍ୟଧିକ ଧୂମ୍ରପାନ କରିଥାନ୍ତି ସେମାଙ୍କ ପାଇଁ କଞ୍ଚାଲଙ୍କା ଲାଭଦାୟକ ହେଇଥାଏ କାରଣ ଏହା ହଜମ ଶକ୍ତି ବୃଦ୍ଧି କରିବା ସହ ପାଚନ ତନ୍ତ୍ରକୁ ଠିକ୍‌ ରଖିବାରେ ସାହାଯ୍ୟ କରିଥାଏ।
– କଞ୍ଚାଲଙ୍କାରେ ଥିବା ଆଣ୍ଟିଅକ୍ସିଡାଣ୍ଟ ଶରୀରର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିଥିବା ସମୟରେ ଏହା ବୋନ୍‌ କ୍ୟାନସର ସହ ଲଢିବାର ଶକ୍ତି ରଖିଥାଏ।
-ସବୁଠାରୁ ବଡ କଥା ହେଲା ରକ୍ତ ଶର୍କରା ଅଂଶ କମ୍‌ କରିବାକୁ କଞ୍ଚାଲଙ୍କା ବ୍ୟବହାର କରିବା ଭଲ । ରାତିରେ ୨ଟି କଞ୍ଚାଲଙ୍କା ଏକ ଗ୍ଲାସ ପାଣିରେ ଭିଜାଇ ରଖି ସକାଳୁ ସେହି ପାଣିକୁ ପିଇଲେ ରକ୍ତ ଶର୍କରା କମି ଯାଇଥାଏ। ଏହିପରି ମାସେ ପର୍ଯ୍ୟନ୍ତ କଲେ ଲାଭ ମିଳିଥାଏ। ତେବେ ବିଶେଷଜ୍ଞଙ୍କ ପରାମର୍ଶ କ୍ରମେ ଏପରି କରିବା ଭଲ ।
କଞ୍ଚାଲଙ୍କା ଦେହ ପାଇଁ ଭଲ ହୋଇଥିଲେ ଅତ୍ୟଥିକ ଖାଇଲେ ତାହା ଦେହ ପାଇଁ ସମସ୍ୟା ମଧ୍ୟ ସୃଷ୍ଟି କରିଥାଏ ।

Comments are closed.