Odisha Link
Bridging the Missing Links in Odisha

ଧରାପଡ଼ିଲେ ହାତୀଦାନ୍ତ ଓ ବାଘ ଚମଡ଼ା ବେପାରୀ

କଳାହାଣ୍ଡି: କଳାହାଣ୍ଡି ଜିଲ୍ଲା ଭବାନୀପାଟଣାରୁ ହାତୀଦାନ୍ତ ଓ କଲରାପତରିଆ ବାଘ ଚମଡ଼ା ବେପାରୀ ରାକେଟ ଧରାପଡ଼ିଛନ୍ତି। ଉକ୍ତ ଗ୍ୟାଙ୍ଗର ୪ ଜଣଙ୍କୁ କ୍ରାଇମ ବ୍ରାଞ୍ଚ ଏସଟିଏଫ ଟିମ ଗିରଫ କରିଛି।
ସୂଚନା ଅନୁଯାୟୀ ରାଜ୍ୟ ତଥା ରାଜ୍ୟ ବାହାରକୁ ବିଭିନ୍ନ ସମୟରେ ହାତୀଦାନ୍ତ ଓ କଲରାପତରିଆ ବାଘର ଚମଡ଼ା ଚୋରାଚାଲାଣରେ ଏହି ରାକେଟ ସକ୍ରିୟ ଭାବେ କାମ କରୁଥିଲା। ଏନେଇ କ୍ରାଇମ ବ୍ରାଞ୍ଚ ଏସଟିଏଫ ଟିମ ସୂଚନା ପାଇବା ପରେ ଏକ ଯୋଜନା କରି ଘଟଣାରେ ସମ୍ପୃକ୍ତ ୪ ଜଣ ଚୋରା ବେପାରୀକୁ ଗିରଫ କରିଛନ୍ତି।

Comments are closed.