Odisha Link
Bridging the Missing Links in Odisha

ଫଡନାଭିସ୍‌ ହିଁ ମୁଖ୍ୟମନ୍ତ୍ରୀ ହେବେ: ଗଡ଼କରୀ

ନାଗପୁର: ଆଉ ଦିନକ ପରେ ଶେଷ ହେବ ମହାରାଷ୍ଟ୍ର ବିଧାନସଭା କାର୍ଯ୍ୟକାଳ। ଏହା ପୂର୍ବରୁ ବିଜେପି-ଶିବସେନା ମଧ୍ୟରେ ଥିବା ବିବାଦର ସମାଧାନ ପାଇଁ ଆରମ୍ଭ ହୋଇଛି ସମସ୍ତ ପ୍ରସ୍ତୁତି। କେନ୍ଦ୍ରମନ୍ତ୍ରୀ ନୀତୀନ ଗଡ଼କରୀ ଏବେ ତାଙ୍କର ସମସ୍ତ ସରକାରୀ କାର୍ଯ୍ୟକ୍ରମ ବାତିଲ କରି ନାଗପୁରରେ ପହଞ୍ଚିଛନ୍ତି। ସେ ଆରଏସଏଏସ ମୁଖ୍ୟ ମୋହନ ଭାଗବତଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି। ଶିବସେନା ପ୍ରମୁଖ ଉଦ୍ଧବ ଠାକରେଙ୍କ ସହ ଗଡ଼କରୀଙ୍କ ଭଲ ସମ୍ପର୍କ ରହିଥିବାରୁ ଏବେ ଦୁଇ ଦଳର ସମାଧାନ ପାଇଁ ଗଡ଼କରୀ ହିଁ ଏକମାତ୍ର ବିକଳ୍ପ ବୋଲି ଜଣାପଡ଼ିଛି।

ନାଗପୁରରେ ପହଞ୍ଚି ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇଛନ୍ତି ଗଡ଼କରୀ। ସେ କହିଛନ୍ତି ଯେ, ମହାରାଷ୍ଟ୍ର ରାଜନୀତିକୁ ନେଇ ଖୁବଶୀଘ୍ର ନିଷ୍ପତ୍ତି ଆସିବ। ବିଜେପି ନେତା ଦେବେନ୍ଦ୍ର ଫଡ଼ନାଭିସଙ୍କ ନେତୃତ୍ବରେ ସରକାର ଗଠନ ହେବ ବୋଲି କହିଛନ୍ତି ଗଡ଼କରୀ। ଆରଏସ୍‌ଏସ୍‌ ଏବଂ ମୋହନ ଭଗବତଙ୍କ କୌଣସି ସମ୍ପର୍କ ନାହିଁ ବୋଲି କହିଛନ୍ତି ଗଡ଼କରୀ।

ସୂଚନାଥାଉକି, ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାଭିସ ଶିବସେନାର ଅନେକ ଦାବିକୁ ଖାରଜ କରିଥିବାରୁ ଶିବସେନା ଏ ନେଇ ଅସନ୍ତୋଷ ପ୍ରକାଶ କରିସାରିଛି।

Comments are closed.