Odisha Link
Bridging the Missing Links in Odisha

ସୋସିଆଲ ମିଡ଼ିଆରେ ଶ୍ରୀଲିଙ୍ଗରାଜଙ୍କ ଫଟୋ

ଭୁବନେଶ୍ୱର: ଶ୍ରୀଲିଙ୍ଗରାଜ ମହାପ୍ରଭୁଙ୍କ ବିଭିନ୍ନ ବେଶର ଫଟୋ ଏବେ ସୋସିଆଲ ମିଡିଆରେ ଘୁରି ବୁଲୁଛି। ମନ୍ଦିର ଭିତରେ ହେଉଥିବା ମହାପ୍ରଭୁଙ୍କ କାର୍ତ୍ତିକ ଓ ଦାମୋଦର ବେଶର ଫଟୋ ଏବେ ସୋସିଆଲ ମିଡିଆରେ ଦେଖିବାକୁ ମିଳୁଛି। ପ୍ରଦୀପ୍ତ ପାତ୍ର ନାମକ ବ୍ୟକ୍ତିଙ୍କ ଫେସବୁକ୍ ଆକାଉଣ୍ଟରୁ ଏହି ଫଟୋ ଭାଇରାଲ ହୋଇଛି।
ସୂଚନା ଅନୁସାରେ, ଗତ ୨୮ ତାରିଖରେ ମଧ୍ୟ ଏପରି ଏକ ଭିଡିଓ ସାମନାକୁ ଆସିଥିଲା। ପୁରୀ ଶ୍ରୀମନ୍ଦିର ଭିତର ବେଢ଼ାର ଭିଡିଓ ଟିକ୍‌ଟକ୍‌ରେ ଭାଇରାଲ୍‌ ହୋଇଥିଲା। ଜଣେ ଯୁବତୀ ଏହି ଭିଡିଓ କରିଥିଲେ। ସେଥିରେ ବେଢ଼ା ଭିତରେ ଭୋଗ ମଣ୍ଡପ ସମ୍ମୁଖର ଦୃଶ୍ୟ ଓ ଭୋଗ ପାଇଁ ଅବଢ଼ା ବୁହାଯିବା ବେଳର ଦୃଶ୍ୟ କଏଦ ହୋଇଥିଲା।

Comments are closed.