Odisha Link
Bridging the Missing Links in Odisha

ଅନୁଭବଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ୨୪ ଘଣ୍ଟାର ମହଲତ

ଭୁବନେଶ୍ୱର: ଏକ ବୈଦ୍ୟୁତିକ ଗଣମାଧ୍ୟମର କର୍ତ୍ତ୍ୟବରତ ସାମ୍ବାଦିକ ମନୋଜ ସ୍ୱାଇଁଙ୍କୁ ଦୁର୍ବ୍ୟବହାର କରିଥିବା କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତିଙ୍କ ବିରୋଧରେ ସ୍ୱର ତେଜିବାରେ ଲାଗିଛି। ସାଂସଦ ଅନୁଭବ ମହାନ୍ତିଙ୍କ ଦୁର୍ବ୍ୟବହାର ନେଇ ସାମ୍ବାଦିକମାନେ କଡ଼ା ପ୍ରତିବାଦ କରିଛନ୍ତି। ଭୁବନେଶ୍ୱରରେ ଗଣମାଧ୍ୟମ ପ୍ରତିନିଧିମାନେ ଏକାଠି ହୋଇ ଏହାର ପ୍ରତିବାଦ କରିଛନ୍ତି। ଖାଲି ସେତିକି ନୁହେଁ ଅନୁଭବଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି। ଆଉ ଏଥିପାଇଁ ଗଣମାଧ୍ୟମ ପ୍ରତିନିଧିମାନେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ୨୪ ଘଣ୍ଟାର ମହଲତ ଦେଇଛନ୍ତି।

ଏଥିସହିତ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ସାଂସଦ କ୍ଷମା ମାଗିବାକୁ ଗଣମାଧ୍ୟମ ପ୍ରତିନିଧିମାନେ ଦାବି କରିଛନ୍ତି। ଦାବି ପୂରଣ ନହେଲେ ବିଧାନସଭା ଏବଂ ଦରକାର ପଡ଼ିଲେ ନବୀନ ନିବାସ ଘେରାଉ କରିବାକୁ ଚେତାବନୀ ଦେଇଛନ୍ତି।ଏଥିସହ ଆସନ୍ତା ବିଧାନସଭାରେ ସାମ୍ବାଦିକ ସୁରକ୍ଷା ବିଲ ଆଣିବାକୁ ମଧ୍ୟ ଦାବି କରିଛନ୍ତି।

ପ୍ରକାଶଥାଉକି, ଗତ ମଙ୍ଗଳବାର ଏକ ବୈଦ୍ୟୁତିକ ଗଣମାଧ୍ୟମର କର୍ତ୍ତ୍ୟବରତ ସାମ୍ବାଦିକ ମନୋଜ ସ୍ୱାଇଁଙ୍କୁ ଅନୁଭବ ମହାନ୍ତି ଦୁର୍ବ୍ୟବହାର କରିଥିଲେ ବୁମ ଠେଲି, ପାଖକୁ ଘୋଷାଡ଼ି ଆଣି ଅନୁଭବ ତାଙ୍କୁ ଦୁର୍ବ୍ୟବହାର କରିଥିଲେ।

Comments are closed.