Odisha Link
Bridging the Missing Links in Odisha

ନକଲି ନୋଟ କାରବାର ରାକେଟ ଠାବ

ରାୟଗଡା: ରାୟଗଡା ଜିଲ୍ଲା ଟିକିରି ଥାନା ପୋଲିସ ହାତରେ ଧରାପଡ଼ଛି ନକଲି ନୋଟ କାରବାର କରୁଥିବା ରାକେଟ। ପୋଲିସ ୧୧୫ ଟି ନକଲି ୨ ହଜାର ଟଙ୍କିଆ ନୋଟ ଜବତ ସହ ଜଣଙ୍କୁ ଗିରଫ କରିଛି ।
ମିଳିଥିବା ସୂଚାନ ଅନୁସାରେ, ଟିକିରି ଥାନା ଅଞ୍ଚଳରେ ଚୋରା ନକଲି ନୋଟ କାରାବାର ହେଉଥିବା ପୋଲିସରକୁ ସୂଚନା ମିଳିଥିଲା । ପୋଲିସ ସୂଚନା ପାଇଁ ଚଢାଉ କରି ଜଣେଙ୍କୁ ଗିରଫ କରିଥିଲା। ଗିରଫ ଯୁବକ ଜଣକ ହଲେ ଟିକିରି ଅଞ୍ଚଳ ସୁନାମୁଦି ସାହିର ଦେବ ଜୋହନ ନାଏକ ଓରଫ ଯୋଗେନ୍ଦ୍ର। ଗତ କିଛିଦିନ ହେବ ଯୋଗେନ୍ଦର ନକଲି ନୋଟ କାରବାର କରୁଥିଲା। ଗତକାଲି ଚଢାଉ ସମୟରେ ତାହା ଯୋଗେନ୍ଦ୍ର ଘରୁ ୧୧୫ ଟି ୨ ହଜାର ଟଙ୍କା ନକଲି ନୋଟ ଜବତ ହୋଇଥିଲା। ଗିରଫ ଯୋଗେନ୍ଦ୍ରକୁ କୋର୍ଟ ଚାଲାଣ କରାଯାଇଥିବା ସମ୍ପର୍କରେ ରାୟଗଡା ଏସ୍‌ପି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ତେବେ ନକଲି ନୋଟ କାରବାର ଲିଙ୍କ ଖୋଜି ପୋଲିସ ବାହାର କରିବ ବୋଲି ଏସ୍‌ପି କହିଛନ୍ତି । ତେବେ ଏହି ଘଟଣାରେ ଅନ୍ୟ କେହି ସାମିଲ ଥିବା ନେଇ ମଧ୍ୟ ପୋଲିସ ସନ୍ଦେହ କରୁଛି।

Comments are closed.