Odisha Link
Bridging the Missing Links in Odisha

୨୦୨୩ ପୁରୁଷ ହକି ବିଶ୍ବକପ ଭୁବନେଶ୍ବରରେ ଖେଳାଯିବା ସମ୍ଭାବନା

ଭୁବନେଶ୍ବର: ଓଡିଶା ହକି ପ୍ରେମୀଙ୍କ ପାଇଁ ଖୁସି ଖବର। ହକି ରାଜଧାନୀ ଭୁବନେଶ୍ବରରେ ଲଗାତାର ଦ୍ବିତୀୟ ଥର ପାଇଁ ପୁରୁଷ ହକି ବିଶ୍ବକପ ଆୟୋଜନ ନେଇ ସମ୍ଭାବନା ସୃଷ୍ଟି ହୋଇଛି। ଭାରତରେ ୨୦୨୩ ପଞ୍ଚଦଶତମ ପୁରୁଷ ହକି ବିଶ୍ବକପ ଆୟୋଜିତ ହେବ। ଏଥିନେଇ ହକି ଇଣ୍ଡିଆକୁ ଆୟୋଜନର ଅଧିକାର ମିଳିଛି ଫଳରେ ୨୦୨୩ ହକି ପୁରୁଷ ବିଶ୍ବକପ ଜାନୁୟାରୀ ୧୩ରୁ ୨୯ ପର୍ଯ୍ୟନ୍ତ ଭାରତରେ ଖେଳାଯିବ। ୨୦୧୮ ହକି ବିଶ୍ବକପର ସଫଳ ଆୟୋଜନ କରି ବିଶ୍ବରେ ହକି ରାଜଧାନୀରେ ପରିଣତ ହୋଇଥିବା ଭୁବନେଶ୍ବରରେ ଆୟୋଜନ ନେଇ ପୁନର୍ବାର ଆଶା ବଢିଛି। ୨୦୨୩ରେ ପୁରୁଷ ହକି ବିଶ୍ବକପ ହେବା ସହ ଏହା ଭାରତରେ ଚତୁର୍ଥ ଥର ପାଇଁ ଆୟୋଜିତ ହେବ।

ଭୁବନେଶ୍ବରରେ ୨୦୧୮ ନଭେମ୍ବର ୨୮ରୁ ଡିସେମ୍ବର ୧୬ ପର୍ଯ୍ୟନ୍ତ ଆୟୋଜିତ ଚର୍ତୁଦଶ ପୁରୁଷ ହକି ବିଶ୍ବକପ ଆୟୋଜନର ମାନ୍ୟତା ପାଇଥିଲା। ଓଡିଶା ସରକାର ଓ ହକି ଇଣ୍ଡିଆର ଏଭଳି ସଫଳତାରେ ଉତ୍ସାହିତ ହୋଇ ହକି ଇଣ୍ଡିଆା ୨୦୨୨/ ୨୩ ପଞ୍ଚଦଶ ତମ ପୁରୁଷ ହକି ବିଶ୍ବକପ ଆୟୋଜନ ନେଇ ବିଡ୍‌ ଦାଖଲ କରିଥିଲା। ମ୍ୟାଚ୍‌ ଆୟୋଜନ ନେଇ ହକି ଇଣ୍ଡିଆ ପକ୍ଷରୁ ଭୁବନେଶ୍ବର ସମେତ ମୋଟ ୫ଟି ଭେନ୍ୟୁକୁ ସ୍ଥାନିତ କରାଯାଇଥିଲା। ସ୍ବିଜରଲାଣ୍ଡରେ ଆୟୋଜିତ ଏଫ୍‌ଆଇଏଚ୍‌ କାର୍ଯ୍ୟନିର୍ବାହୀ ବୋର୍ଡ ବୈଠକରେ ଭାରତକୁ ଆୟୋଜନର ଅଧିକାର ମିଳିଛି।

Comments are closed.