Odisha Link
Bridging the Missing Links in Odisha

ସ୍କୁଲ ଛାତ ପଡି ଛାତ୍ର ମୃତ୍ୟୁ

ବଲାଙ୍ଗିର: ସ୍କୁଲ ଛାତ ପଡି ଜଣେ ୮ମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ ହୋଇଥିବାବେଳେ ଜଣେ ଗୁରୁତର ହୋଇଛନ୍ତି। ମୃତ ଛାତ୍ର ହେଲେ ପିପି ଏକାଡେମି ସ୍କୁଲର ଅସିତ ଖରସେଲ। ଦଶମ ଶ୍ରେଣୀରେ ପଢୁଥିବା ଶୁଭ୍ରାଂଶୁ ସାଣ୍ଢଙ୍କୁ ଗୁରୁତର ଅବସ୍ଥାରେ ବଲାଂଗୀର ମେଡିକାଲରେ ଭର୍ତ୍ତି କରାଯାଇଛି।
ଉଭୟ ଛାତ୍ର ମାଲପଡାର ବୋଲି ସୂଚନା ମିଳିଛି। ଆଜି ସ୍କୁଲ ଛୁଟି ପରେ ଟିକ୍ରାପଡା ସ୍କୁଲର ବିପଦ ସଂକୁଳ ଛାତ ଉପରକୁ ଏମାନେ ଯାଇଥିଲେ। ହେଲେ ଛାତ ଭାଙ୍ଗି ଏମାନଙ୍କ ଉପରେ ପଡିଯାଇଥିବା ଜଣା ପଡିଛି। ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ କରୁଛି। ତେବେ ସ୍କୁଲ ଛୁଟି ହେବା ପରେ ଏ ଦୁଇଜଣ ପିଲା ସେଠାରେ କଣ କରୁଥିଲେ ତାହା ଜଣା ପଡି ନାହିଁ। ବିପଦ ସଙ୍କୁଳ ଅବସ୍ଥାରେ ଥିବା କୋଠାଟିକୁ କାହିଁକି ଭଙ୍ଗା ଯାଇନଥିଲା ତାକୁ ନେଇ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

Comments are closed.