ନିକୋ ପାର୍କରେ ଦିନକ ପାଇଁ ମାଗଣା ପ୍ରବେଶ

ଭୁବନେଶ୍ବର: ବାତ୍ୟା ଫନି ଦ୍ବାରା ପ୍ରଭାବିତ ହୋଇ ବନ୍ଦ ରହିଥିବା ନିକୋ ପାର୍କ ଆଜି ସର୍ବସାଧାରଣଙ୍କ ପାଇଁ ଖୋଲୁଛି। ପ୍ରଥମ ଦିନ ବିନା ଦେୟରେ ଜନସାଧାରଣ ପାର୍କକୁ ପ୍ରବେଶ କରିପାରିବେ। ପାର୍କରେ ଥିବା ସମସ୍ତ ରାଇଟ୍ସ ଚଲାଇବା ପାଇଁ ନିରାପତ୍ତା ପ୍ରମାଣ ପତ୍ର ମିଳିନଥିବାରୁ ବ.ଡି.ଏ ସମସ୍ତ ରାଇଟ୍ସ୍ ଚଳାଇବାକୁ ମନା କରିଛି। ନିରାପତ୍ତାକୁ ଦୃଷ୍ଟିରେ ରଖି ୩ ଗୋଟି ରାଇଟସ୍ ଚଲାଯିବ। ଏଥ ସହ ଟିକଟ ମୂଲ୍ୟ ମଧ୍ୟ କମାଇବାକୁ ସ୍ଥିର କରାଯାଇଛି।
ପୂର୍ବରୁ ପାର୍କ ଭିତରକୁ ପ୍ରବେଶ କରିବା ପାଇଁ ଦର୍ଶକଙ୍କୁ ୧୫୦ ଟଙ୍କା ଦେବାକୁ ପଡୁଥିଲା ବର୍ତମାନ ଏହି ମୂଲ୍ୟକୁ ହ୍ରାସ କରି ୧୦୦ ଟଙ୍କା କରିବାକୁ ବି.ଡି.ଏ. ସ୍ଥିର କରିଛି। ପାର୍କ ଭିତରକୁ ପ୍ରବେଶ କରିବା ପରେ ଦର୍ଶକ ଯେଉଁ ରାଇଟସ୍ ବ୍ୟବହାର କରିବେ ସେହି ଅନୁସାରେ ଟିକଟ କାଟି ରାଇଟସ୍ରେ ବସିବେ। ପ୍ରଥମ ଦିନରେ ମୋରିଗୋ ରାଉଣ୍ଡ, କ୍ୟାଟର ପିଲର ଏବଂ ମିନି ଟଏ ଟ୍ରେନ୍ ପିଲାଙ୍କ ପାଇଁ ଲପଲବ୍ଧ ହେବ।