Odisha Link
Bridging the Missing Links in Odisha

ସୁପ୍ରିମକୋର୍ଟ: କେନ୍ଦ୍ର ସରକାରଙ୍କୁ ରାଫେଲ ଆଶ୍ବସ୍ତି

ନୂଆଦିଲ୍ଲୀ: ସୁପ୍ରିମକୋର୍ଟରେ ରାଫେଲ ମାମଲା। ରାଫେଲ୍ ମାମଲାକୁ ନେଇ କେନ୍ଦ୍ର ସରକାରଙ୍କୁ ମିଳିଛି ବଡ ଆଶ୍ବସ୍ତି। ଆଜି ୨୦୧୮ରେ ସୁପ୍ରିମକୋର୍ଟ ରାଫେଲ୍ ଯୁଦ୍ଧ ବିମାନ କିଣା ନେଇ ଦେଇଥିବା ରାୟର ପୁନର୍ବିଚାର ପାଇଁ ହୋଇଥିବା ଆବେଦନକୁ ଖାରଜ କରିଦେଇଛନ୍ତି ସୁପ୍ରିମକୋର୍ଟ। ପ୍ରଧାନ ବିଚାରପତି ଜଷ୍ଟିସ୍ ରଂଜନ ଗୋଗଇଙ୍କ ନେତୃତ୍ୱରେ ୫ ଜଣିଆ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିଛନ୍ତି।

ଆଜି ସୁପ୍ରିମକୋର୍ଟ ଏହାର ପୁର୍ନବିଚାର ଆବେଦନର ଶୁଣାଣି କରିବାକୁ ଯାଇ ରାଫେଲ୍ ଡିଲ୍ ମାମଲାରେ ହସ୍ତକ୍ଷେପ ପାଇଁ ମନା କରିଦେଇଛନ୍ତି। ୨୦୧୮ରେ ସୁପ୍ରିମକୋର୍ଟ ରାଫେଲ୍ ମାମଲାରେ କୌଣସି ଦୁର୍ନୀତି ହୋଇନଥିବା ନେଇ ଯେତେବେଳେ ରାୟ ଦେଇଥିଲେ ସେତେବେଳେ ଏହାକୁ ସୁପ୍ରିମକୋର୍ଟର ବରିଷ୍ଠ ଓକିଲ ପ୍ରଶାନ୍ତ ଭୂଷଣଙ୍କ ସମେତ ଅନ୍ୟ ରାଜନୈତିକ ଦଳ ବିରୋଧ କରିଥିଲେ। ଏହି ରାୟର ପୁନର୍ବିାଚାର କରିବାକୁ ଆବେଦନ ହୋଇଥିଲା। ଯାହାକୁ ଆଜି ସର୍ବୋଚ୍ଚ ଅଦାଲତ ଖାରଜ କରିଦେଇଛନ୍ତି।

Comments are closed.