ଭୁବନେଶ୍ବର ବିମାନବନ୍ଦରରୁ ୫୨ ଲକ୍ଷ ଟଙ୍କାର ସୁନା ଜବତ

ଭୁବନେଶ୍ବର: ଗତକାଲି ଭୁବନେଶ୍ବର ଅନ୍ତର୍ଜାତୀୟ ବିଜୁପଟ୍ଟନାୟକ ବିମାନବନ୍ଦରରୁ ପୁଣି ଥରେ ଜଣେ ଯାତ୍ରୀଙ୍କ ଠାରୁ ୧୩୧୦.୬୫୦ ଗ୍ରାମ୍ର ଦୁଇଟି ସୁନା ବିସ୍କୁଟ ଜବତ କରାଯାଇଛି। ଏହି ବିସ୍କୁଟ ୯୯ ପ୍ରତିଶତ ଶୁଦ୍ଧ ଥିବା ବେଳେ ବଜାରରେ ଏହାର ମୂଲ୍ୟ ୫୨ ଲକ୍ଷ ଟଙ୍କାରରୁ ଉର୍ଦ୍ଧ ହେବ। ଏହି ସୁନାକୁ ଚାଲାଣ କରୁଥିବା ବ୍ୟକ୍ତି ଜଣକୁ କଷ୍ଟମ ବିଭାଗ ଗିରଫ କରିଥିବା ବେଳେ ସେ କେରଳରୁ ବୋଲି ଜଣା ପଡିଛି। ଗିରଫ ଚାଲାଣକାରୀ ବୁଧବାର ୯ଟାରେ ଏୟାର ଏସିଆ ବିମାନରେ କ୍ବାଲାଲମ୍ପୁରରୁ ସୁନା ବିସ୍କୁଟ ଧରି ଭୁବନେଶ୍ବର ଆସିଥିଲେ। ସୂଚନା ମୁତାବକ ରାଜଧାନୀର ଜଣେ ସୁନା ବ୍ୟବସାୟୀଙ୍କ ପାଖକୁ ଏହି ସୁନା ଆସୁଥିଲା ବୋଲି ସୂଚନା ମିଳିଛି। ଫୋନ୍ ଏବଂ ସୋସିଆଲ୍ ମିଡିଆ ମାଧ୍ୟମରେ ସୁନା ମାଫିଆଙ୍କ ସହ ଓଡିଶାର ଅନେକ ସୁନା ବ୍ୟବସାୟୀ ଯୋଗାଯୋଗ କରିଥାନ୍ତି।