Odisha Link
Bridging the Missing Links in Odisha

ବିଜେଡି ଓ କଂଗ୍ରେସ ଉପରେ ବର୍ଷିଲେ ଅରୁଣ

ଭୁବନେଶ୍ୱର: ବିଜେପି ପ୍ରଭାରୀ ଅରୁଣ ସିଂ ଆଜି ରାଜ୍ୟ ସରକାର ଓ କଂଗ୍ରେସ ଉପରେ ବର୍ଷିଛନ୍ତି। କଂଗ୍ରେସର ରାଫେଲ ବୟାନକୁ ବିରୋଧ କରାଯିବ ବୋଲି ଶ୍ରୀ ସିଂ କହିଛନ୍ତି। ଆସନ୍ତାକାଲି କଂଗ୍ରେସ ବିରୋଧରେ ବିଜେପି ସ୍ୱର ଉତ୍ତୋଳନ କରିବ ବୋଲି ସେ କହିଛନ୍ତି। ସେହିପରି ରାଜ୍ୟ ସରକାରଙ୍କୁ ଟାର୍ଗେଟ କରି ଶ୍ରୀ ସିଂ କହିଛନ୍ତି ଯେ, ଓଡ଼ିଶାରେ ଆଇନଶୃଙ୍ଖଳା ଭୁଶୁଡ଼ି ପଡ଼ିଛି। ଓଡ଼ିଶାରେ ମହିଳାଙ୍କ ପ୍ରତି ଦିନକୁ ଦିନ ଅତ୍ୟାଚାର ବଢିବାରେ ଲାଗିଛି। ରାଜ୍ୟ ସରକାର କେବଳ ବିବୃତି ଦେଉଛନ୍ତି, ହେଲେ କାର୍ଯ୍ୟାନୁଷ୍ଠାନ ଶୂନ ବୋଲି ସେ କହିଛନ୍ତି।

Comments are closed.