Odisha Link
Bridging the Missing Links in Odisha

IAS ସ୍ତରରେ ଅଦଳବଦଳ, କାହାକୁ କେଉଁ ଦାୟିତ୍ବ ମିଳିଲା ଜାଣନ୍ତୁ

ଭୁବନେଶ୍ବର: ଆଜି ରାଜ୍ୟ ସରକାର ଆଇଏଏସସ୍ତରରେ ଛୋଟଧରଣର ଅଦଳବଦଳ କରିଛନ୍ତି। ୧୯୯୦ ବ୍ୟାଚ ଆଇଏଏସ୍ ନିତେନ ଚନ୍ଦ୍ରାଙ୍କୁ ଓଡ଼ିଶା ସବ୍ ଅର୍ଡିନେଟ୍ ଷ୍ଟାଫ୍ ସିଲେକ୍ସନ୍ କମିଶନ ଅଧ୍ୟକ୍ଷ ଭାବେ ନିଯୁକ୍ତି ମିଳିଛି। ସେ ପୂର୍ବରୁ କିଛିମାସ ଧରି ସାଧାରଣ ପ୍ରଶାସନ ବିଭାଗରେ କାର୍ଯ୍ୟରେ ଥିଲେ। ସେହିପରି ଗଜପତିରେ ଡିଆରଡିଏ ପ୍ରକଳ୍ପ ନିର୍ଦ୍ଦେଶକ ଥିବା ୨୦୧୪ ବ୍ୟାଚ୍ ଆଇଏଏସ୍ ଚଞ୍ଚଳ ରଣାଙ୍କୁ ମୟୂରଭ୍ଞ୍ଜ ଡିଆରଡିଏ ପ୍ରକଳ୍ପ ନିର୍ଦ୍ଦେଶକ ଭାବେ ବଦଳି କରାଯାଇଥିବା ବେଳେ ୨୦୧୬ ବ୍ୟାଚ୍ ଆଇଏଏସ୍ ସ୍ୱାଧା ଦେବଙ୍କୁ ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ଦାୟିତ୍ବ।

୨୦୧୬ ବ୍ୟାଚ୍ ଆଇଏଏସ୍ ଦିବ୍ୟଜ୍ୟୋତି ପରିଡ଼ାଙ୍କୁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଅନୁସଚିବ ଏବଂ ଜାତୀୟ ସ୍ୱାସ୍ଥ୍ୟ ମିଶନର ଓଏସଡି। ୨୦୧୭ ବ୍ୟାଚ୍ ଆଇଏଏସ୍ ସୋମେଶ କୁମାର ଉପାଧ୍ୟାୟଙ୍କୁ ଅତିରିକ୍ତ ଭାବେ ହକି ପ୍ରୋମୋସନାଲ କାଉନସିଲର ସିଇଓ ଭାବେ ଦାୟିତ୍ୱ ତୁଲାଇବେ ଶ୍ରୀ ଉପାଧ୍ୟାୟ ଏବେ ଓମଫେଡ୍ ମୁଖ୍ୟ ଜେନେରାଲ ମ୍ୟାନେଜର ଭାବେ କାର୍ଯ୍ୟ କରୁଛନ୍ତି। ଓଡ଼ିଶା ଖଣି ନିଗମର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ୨୦୧୭ ବ୍ୟାଚ୍ ଆଇଏଏସ୍ ପି. ପନଭେସ୍ ରେଡ୍ଡୀଙ୍କୁ ଅତିରିକ୍ତ ଭାବେ ଓଏମଇସି କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଭାବେ ଅବସ୍ଥାପିତ କରାଯାଇଛି।

Comments are closed.