Odisha Link
Bridging the Missing Links in Odisha

ଭୁବନେଶ୍ୱର ଦମକଳ କେନ୍ଦ୍ର ପରିଦର୍ଶନ କଲେ ; ଦିବ୍ୟଶଙ୍କର

ଭୁବନେଶ୍ବର : ଶକ୍ତି, ଶିଳ୍ପ, ଏମ୍‌ଏସ୍‌ଏମ୍‌ଇ, ଗୃହ ମନ୍ତ୍ରୀ କ୍ୟାପ୍‌ଟେନ୍‌ ଦିବ୍ୟଶଙ୍କର ମିଶ୍ର ଆଜି ଅପରାହ୍ନରେ ଅଚାନକ ଭୁବନେଶ୍ୱର ଦମକଳ କେନ୍ଦ୍ର ପରିଦର୍ଶନ କରିଛନ୍ତି । ଏହି ପରିଦର୍ଶନ ସମୟରେ ମନ୍ତ୍ରୀ କ୍ୟାପ୍‌ଟେନ୍‌ ମିଶ୍ର ବିପର୍ଯ୍ୟ ସମୟରେ ବ୍ୟବହାର ହେଉଥିବା ଇନ୍‌ଫ୍ଲାଟେବୁଲ୍‌ ଟାଓ୍ୱାର ଲାଇଟ୍‌, ବଡ଼ ବଡ଼ ଗଛ କାଟିବା ପାଇଁ ବ୍ୟବହୃତ ଯନ୍ତ୍ରଚାଳିତ କରତ, କଂକ୍ରିଟ୍‌ କଟର, ଲିଫ୍‌ଟିଂ ବ୍ୟାଗ୍‌, ଦୁର୍ଘଟଣା ଓ ବିପର୍ଯ୍ୟୟ ସମୟରେ ବ୍ୟବହୃତ ବିଭିନ୍ନ ଯନ୍ତ୍ର ପାତି, କୁଇକ୍‌ ରେସ୍‌ପନ୍ସ ୟୁନିଟ୍‌ ଆଦି କିପରି କାର୍ଯ୍ୟ କରିଛୁ ସେ ବିଷୟରେ ଅବଗତ ହୋଇଥିଲେ ।

ଫାୟାର କଣ୍ଟ୍ରୋଲ୍‌ ରୁମ୍‌ ପରିଦର୍ଶନ କରିବା ସହତ ବିମାନ ବନ୍ଦର ଓ ଆର୍‌ବିଆଇ ସହ ଭୁବନେଶ୍ୱର ଦମକଳ କେନ୍ଦ୍ରର ଯୋଗାେଯୋଗ ବ୍ୟବସ୍ଥା ଯାଞ୍ଚ କରିଥିଲେ । ବିଭିନ୍ନ ଆଡୁ ଆସୁଥିବା ଜରୁରୀ କଲ୍‌ ଗ୍ରହଣ ଏବଂ ତତ୍‌କ୍ଷଣାତ୍‌ କାର୍ଯ୍ୟାରମ୍ଭ ସହ ସରକାରଙ୍କ ଦ୍ୱାରା କରାଯାଇଥିବା ୫ ‘ଟି’ ବ୍ୟବସ୍ଥା ଦମକଳ କେନ୍ଦ୍ରରେ କେତେ କାର୍ଯ୍ୟକାରୀ ହେଉଛି ସେ ବିଷୟରେ ମନ୍ତ୍ରୀ କ୍ୟାପ୍‌ଟେନ୍‌ ମିଶ୍ର ତଦାରଖ କରିଥିଲେ ।
ଏଥି ସହିତ ୨୨ ମହଲା ପର୍ଯ୍ୟନ୍ତ ଉ ପରକୁ ଯାଇ ନିଆଁ ଲିଭାଇବା ଏବଂ ଉଦ୍ଧାର କାର୍ଯ୍ୟରେ ବ୍ୟବହାର ହେଉଥିବା ହାଇଡ୍ରୋଲିକ୍‌ ସ୍କାଏ ଲିଫ୍‌ଟରେ ନିଜେ ଉପରକୁ ଯିବା ସହିତ ଏହା କିପରି କାର୍ଯ୍ୟ କରୁଛି ତାହା ପଚାରି ବୁଝିଥିଲେ । ଏହି ସମୟରେ କର୍ମଚାରୀଙ୍କ କାର୍ଯ୍ୟ ଓ ତତ୍ପରତା ଦେଖି ମନ୍ତ୍ରୀ ସନ୍ତୋଷ ବ୍ୟକ୍ତ କରିବା ସହ କର୍ମଚାରୀଙ୍କ ବିଭିନ୍ନ ସମସ୍ୟା ସଂପର୍କରେ ପଚାରି ବୁଝିଥିଲେ ।

ପରିଦର୍ଶନ ସମୟରେ ଆଧୁନିକ ଜ୍ଞାନକୌଶଳ ବ୍ୟବହାର ସହ ସମୟୋଉପୋଗୀ ସରଞ୍ଜାମ ବ୍ୟବହାର ଉପରେ ମନ୍ତ୍ରୀ କ୍ୟାପ୍‌ଟେନ୍‌ ମିଶ୍ର ଗୁରୁତ୍ୱ ଦେଇଥିଲେ । ମନ୍ତ୍ରୀଙ୍କ ପରିଦର୍ଶନ ସମୟରେ ମୁଖ୍ୟ ଅଗ୍ନିସମ ଅଧୀକାରୀ ସୁକାନ୍ତ ସେଠୀ, ଉପଅଗ୍ନିସମ ଅଧିକାରୀ, ଭୁବନେଶ୍ୱର ସର୍କଲ ରମେଶ ଚନ୍ଦ୍ର ମାଝୀ ଏବଂ ସହକାରୀ ଅଗ୍ନିସମ ଅଧୀକାରୀ, ଭୁବନେଶ୍ୱର ପ୍ରସନ୍ନ କୁମାର ବେହେରାଙ୍କ ସମେତ ଅନ୍ୟ ଅଧୀରୀ ଓ କର୍ମଚାରୀ ଉପସ୍ଥିତ ଥିଲେ ।

Comments are closed.