ବଲାଙ୍ଗିର ଆସିବେ ଉପରାଷ୍ଟ୍ରପତି

ଭୁବନେଶ୍ବଣ: ବାଲାଙ୍ଗିର ଗସ୍ତରେ ଆସିବେ ଉପରାଷ୍ଟ୍ରପତି ଏମ୍. ଭେଙ୍କୟା ନାଇଡୁ। ବଲାଙ୍ଗିର ରାଜେନ୍ଦ୍ର କଲେଜ ପ୍ଲାଟନମ ଜୁବୁଲି ଉତ୍ସବରେ ଯୋଗଦେବେ ନାଇଡୁ। ଡିସେମ୍ବର ୨୭ ପୂର୍ବହ୍ନରେ କାର୍ଯ୍ୟକ୍ରମରେ ଯୋଗଦେବା ସୂଚନା ରହିଛି। ସେହିଦିନ ବରକାନି ଠାରେ ଏଲପିଜି ବଟଲିଂ ପ୍ଲାଣ୍ଟ ବି ଉଦଘାଟନ କରିବେ ଉପରାଷ୍ଟ୍ରପତି। ଏନେଇ ଟ୍ବିଟ୍ ଯୋଗେ ସୂଚନା ଦେଇଛନ୍ତି ବଲାଙ୍ଗିର ସାଂସଦ ସଂଗୀତା ସିଂହଦେଓ।