Odisha Link
Bridging the Missing Links in Odisha

ଚାଇନାର ଘୃଣ୍ୟ ପରମ୍ପରା: ମୁସଲିମ ମହିଳାଙ୍କ ସହ ଶୋଇଥାଆନ୍ତି ସରକାରୀ ଅଧିକାରୀ

ଚୀନର ଝିଜିଆଙ୍ଗ୍‌ ପ୍ରଦେଶରେ ଉଇଘୁର୍‌ ମୁସଲିମ୍‌ ସଂପ୍ରଦାୟର ପୁରୁଷମାନଙ୍କୁ ଉଠାଇନେଇ ଜେଲରେ ରଖାଯାଇଥିବା ବେଳେ ସେମାନଙ୍କ ଅନୁପସ୍ଥିତିରେ ଘରର ମହିଳାମାନେ ସ୍ଥାନୀୟ ସରକାରୀ ଅଧିକାରୀଙ୍କ ସହ ରାତି ବିତାଇବାକୁ ବାଧ୍ୟ କରାଯାଉଥିବା ଅଭିଯୋଗ ହୋଇଛ। ଚୀନ୍‌ରୁ କାଝାକ୍‌ସ୍ଥାନ ପଳାଇ ଆସିଥିବା ମୁସଲିମ ମହିଳାମାନେ ଚୀନ ସରକାରଙ୍କ ଅତ୍ୟାଚାରର ନାରକୀୟ କାହାଣୀ ଗଣମାଧ୍ୟମ ଆଗରେ ବଖାଣିଛନ୍ତି। ଏ ନେଇ ଅନ୍ତର୍ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ଚୀନ୍‌ରେ ମାନବାଧିକାର ଉଲ୍ଲଂଘନ ଓ ସଂଖ୍ୟାଲଘୁଙ୍କ ପ୍ରତି ଅତ୍ୟାଚାରର କରୁଣ ଚିତ୍ର ସାମନାକୁ ଆସିଛି।

ଉଇଘୁର୍‌ ମୁସଲିମ୍‌ ସଂପ୍ରଦାୟର ପୁରୁଷମାନଙ୍କୁ ସୁରକ୍ଷା ବାହାନାରେ ମନଇଚ୍ଛା ଉଠାଇ ନିଆଯାଇ ଗୋପନ ସ୍ଥାନରେ ରଖାଯାଇଛି, ଯାହାକୁ ଚୀନ୍‌ ସରକାରୀ ଭାଷାରେ ପୁନଃଶିକ୍ଷା କେନ୍ଦ୍ର (ରି-ଏଜୁକେସନ୍‌ କ୍ୟାମ୍ପ୍‌) କୁହାଯାଉଛି। ସୂଚନା ଅନୁସାରେ ଏହି ମୁସଲିମ୍‌ ସଂପ୍ରଦାୟଙ୍କ ଉପରେ ଚୀନ୍‌ ସରକାରଙ୍କର କଡ଼ା ନଜର ରହିଛି। ସେମାନଙ୍କୁ ଚେକ୍‌ ପଏଣ୍ଟ୍‌ରେ ଯାଞ୍ଚ୍‌ କରାଯାଉଥିବା ବେଳେ ପରିଚୟ ପତ୍ର ମଗାଯାଉଛି। କ୍ୟାମେରାରେ ଫେସିଆର୍‌ ରେକଗଜିନେସନ୍‌ ମଧ୍ୟ କରାଯାଉଛି।

ସବୁଠାରୁ ବଡ଼ କଥା ହେଲା ଘରେ ପୁରୁଷମାନେ ବନ୍ଦୀ ହୋଇ ଅଜଣା ସ୍ଥାନରେ ଥିବା ବେଳେ ଘରେ ଥିବା ମହିଳା ଓ ଅନ୍ୟ ସଦସ୍ୟଙ୍କ ଉପରେ ନଜର ରଖିବା ପାଇଁ ପ୍ରଦେଶ ସାରା ୧୦ ଲକ୍ଷରୁ ଅଧିକ ଗୁପ୍ତଚରଙ୍କୁ ନିଯୁକ୍ତ କରାଯାଇଛି। ‘ମିଳାମିଶା ଓ ପରିବାର ଲୋକ ହେବା’ (pair up and become family) ନାମକ ଯୋଜନାରେ ପ୍ରତି ଦୁଇ ମାସରେ ଥରେ ଘରକୁ ଜଣେ ଗୁପ୍ତଚର ଅଧିକାରୀ ଆସିବେ ଓ ଘରେ ମହିଳାଙ୍କ ସହ ଗୋଟିଏ ଖଟରେ ଗୋଟିଏ ରାତି ରହିବେ। ମହିଳାମାନେ ଏହି ସେବା ବାଧ୍ୟବାଧକତାରେ ନୁହେଁ ବରଂ ଇଚ୍ଛା ହେଲେ ଯୋଗାଇ ପାରିବେ ବୋଲି ଚୀନ ସରକାର କହୁଥିଲେ ହେଁ, ଗୁପ୍ତଚର ଅଧିକାରୀଙ୍କୁ ପାଖରେ ନ ଶୁଆଇଲେ ଧମକ ମିଳୁଥିବା ଅଭିଯୋଗ ହେଉଛି। ସରକାରଙ୍କ ଯୋଜନା ଅନୁସାରେ ଅଧିକାରୀ (ଯିଏ କି ଉକ୍ତ ପରିବାରର ସମ୍ପର୍କୀୟ ଭାବେ ଗଣାହେବେ) ଜଣକ ପରିବାର ସହ ଖିଆପିଆ ମିଳାମିଶା କରିବା ପରେ ରାତି କଟାଇ ଫେରିବେ।
ଏଭଳି ହୀନ ପରମ୍ପରା ପଛରେ ସରକାରଙ୍କର ଭିନ୍ନ ଉଦ୍ଦେଶ୍ୟ ରହିଛି। ଅଧିକାରୀ ଜଣକ ସଂପୃକ୍ତ କରିବାରର ଜୀବନଧାରଣ ଶୈଳୀ, ରାଜନୈତିକ ଚିନ୍ତାଧାରା ବାବଦରେ ରିପୋର୍ଟ କରିବା ସହ ସେମାନେ ଦେଶାର ରାଜନୈତିକ ନିର୍ଦ୍ଦେଶ ପାଳନ କରୁଛନ୍ତି କି ନା ତଦାରଖ କରିବେ।

ଜଣେ ଅଧିକାରୀଙ୍କୁ ୭୦-୮୦ ପରିବାର ସହ ଏଭଳି ସମ୍ପର୍କ ରଖିବାର ଦାୟିତ୍ବ ଦିଆଯାଇଛି। ତେବେ ସେମାନେ ଶୋଇବା ସମୟରେ ମହିଳାଙ୍କୁ ବଞ୍ଚିବାର ନୂଆ କଳା ଶିଖାଇବା ସହ ପରସ୍ପର ପ୍ରତି ଅନ୍ତରଙ୍ଗ ଭାବ ତିଆରି ପାଇଁ ଚେଷ୍ଟା କରନ୍ତି। ତେବେ କୌଣସି ବି ପରିସ୍ଥିତିରେ ସେମାନେ ମହିଳାଙ୍କ ସହ ଯୌନ ସମ୍ପର୍କ ରଖନ୍ତିନାହିଁ ବୋଲି ଜଣେ ଅଧିକାରୀ ସଫେଇ ଦେଇଥିବା ରିପୋର୍ଟ ପ୍ରକାଶ ପାଇଛି। ସେମାନେ ଅନ୍ତରଙ୍ଗ ବନ୍ଧୁଭାବେ ପରିଗଣିତ ହୁଅନ୍ତି ଓ ସେ ମହିଳାଙ୍କ ପରିବାରରେ ବିବାହ, ଶ୍ରାଦ୍ଧ ଓ ଅନ୍ୟାନ୍ୟ ସାମାଜିକ ଅନୁଷ୍ଠାନରେ ଭାଗନିଅନ୍ତି।

ପୂର୍ବରୁ ଉଇଘୁର ସଂପ୍ରଦାୟର ଲୋକଙ୍କୁ ଚୀନ ସରକାର ଗଣହତ୍ୟା କରୁଥିବା ଓ ମହିଳାମାନଙ୍କର ବାଧ୍ୟତାମୂଳକ ଭୃଣହତ୍ୟା କରାଉଥିବା ନେଇ ମଧ୍ୟ ଅଭିଯୋଗ ହୋଇଆସୁଛି।

Comments are closed.