ଚାଷୀଙ୍କୁ ଦଳିଦେଲା ହାତୀ

ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲା ଆଗଲପୁରରେ ଏକ ଅଭାବନୀୟ ଘଟଣା ଘଟିଛି। ବିଲକୁ ଫସଲ ଜଗିବାକୁ ଯାଇଥିବା ସମୟରେ ଜଣେ ଚାଷୀଙ୍କୁ ଗୋଟିଏ ହାତୀ ଦଳି ଦେଇଥିବା ଜଣାପଡ଼ିଛି।
ସୂଚନା ଅନୁଯାୟୀ, ଶୁକ୍ରବାର ବିଳମ୍ବିତ ରାତିରେ ଜଣେ ଚାଷୀ ଫସଲ ଜଗିବାକୁ ବିଲକୁ ଯାଇଥିଲେ। ସେହି ସମୟରେ ହାତୀ ଆକ୍ରମଣର ଶିକାର ହୋଇଥିଲେ। ଚାଷୀଙ୍କ ମୃତ୍ୟୁକୁ ନେଇ ପରିବାର ଓ ସ୍ଥାନୀୟଲୋକେ କ୍ଷତି ପୂରଣ ଦାବି କରିଛନ୍ତି। ଗତ କିଛି ଦିନ ହେବ ଉକ୍ତ ଅଞ୍ଚଳରେ ହାତୀ ଉପଦ୍ରବ ଦେଖାଯାଉଛି। ଏନେଇ ବନ ବିଭାଗ ସେ ପରି କୌଣସି ପଦକ୍ଷେପ ନ ନେଉଥିବା ସ୍ଥାନୀୟଲୋକେ ଅଭିଯୋଗ କରିଛନ୍ତି।