Odisha Link
Bridging the Missing Links in Odisha

ପୁରୀରେ ଆରମ୍ଭ ହେବ ଉଚ୍ଛେଦ କାମ

ପୁରୀ: କାର୍ତ୍ତିକ ମାସ ପାଇଁ ଶ୍ରୀକ୍ଷେତ୍ରରେ ମାସେ ଧରି ବନ୍ଦ ରହିଥିବା ଉଚ୍ଛେଦ କାମ ପୁଣି ଥରେ ଆରମ୍ଭ ହେଉଛି। ଶ୍ରୀମନ୍ଦିରଠାରୁ ୭୫ ମିଟର ସୁରକ୍ଷା ଜୋନ୍ ଭିତରେ ଆସୁଥିବା ସମସ୍ତ ସ୍ଥାନକୁ ଖୁବଶୀଘ୍ର ଉଚ୍ଛେଦ କରିବାକୁ ଉଦ୍ୟମ କରୁଛି ପୁରୀ ପ୍ରଶାସନ। ଯେଉଁ ଘର ମାଲିକ, ଦୋକାନୀ କିମ୍ବା ହୋଟେଲ୍ ମାଲିକ ଉଚ୍ଛେଦ ନେଇ ଏବେ ବି ଅସନ୍ତୁଷ୍ଟ ଅଛନ୍ତି ସେମାନଙ୍କ ସହିତ ଆଲୋଚନା ଚାଲିଥିବା ନେଇ ସୂଚନା ଦେଇଛନ୍ତି ପୁରୀ ଜିଲ୍ଲାପାଳ।
ତେବେ ଉଛେଦ ବେଳେ ଜାଗା ଛାଡୁଥିବା ଲୋକଙ୍କ ପାଇଁ ପୁରୀ ପ୍ରଶାସନ ଯେଉଁ ସ୍ୱତନ୍ତ୍ର ପ୍ୟାକେଜ୍ ଘୋଷଣା କରିଥିଲେ, ତାର ଅବଧି ଆସନ୍ତା ଡିସେମ୍ୱର ୪ ତାରିଖରେ ଶେଷ ହେବ। ଏହି ସମୟ ମଧ୍ୟରେ ଯେଉଁମାନଙ୍କର ଜମି ଅଧିଗ୍ରହଣ ହେବ ସେମାନଙ୍କୁ ଅଧିକ ୧୦ ପ୍ରତିଶତ ମୂଲ୍ୟ ମିଳିବ ବୋଲି ସୂଚନା ଦେଇଛନ୍ତି ଜିଲ୍ଲାପାଳ। ଏହି ସମୟ ପରେ ଯେଉଁମାନଙ୍କର ଜମି ଅଧିଗ୍ରହଣ ହେବ ସେମାନଙ୍କୁ ଏହି ୧୦ ପ୍ରତିଶତ ଅଧିକ ଅର୍ଥ ମିଳିବ ନାହିଁ ବୋଲି ପୁରୀ ଜିଲ୍ଲାପାଳ କହିଛନ୍ତି।

Comments are closed.