ଶିକ୍ଷୟିତ୍ରୀଙ୍କୁ ଟିକ୍ଟକ୍ ଭିଡ଼ିଓ ନିଶା

ପଟ୍ଟାମୁଣ୍ଡାଇ: ଏବେ ଟିକ୍ଟକ୍ ପାଇଁ ସମସ୍ତେ ପାଗଳ। ପୂର୍ବରୁ ହସ୍ପିଟାଲ, ଶିକ୍ଷାନୁଷ୍ଠାନ, ଥାନା ଆଦି ସ୍ଥାନରେ ଟିକ୍ଟକ୍ ଭିଡ଼ିଓ ନିଶା ଭଳି ଘଟଣା ବାରମ୍ବାର ସାମ୍ନାକୁ ଅସିଥିଲା ହେଲ ଏବେ ପୁଣି ଏଭଳି ଏକ ଘଟଣା କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇରେ ଦେଖିବାକୁ ମିଳିଛି। ଜଣେ ଶିକ୍ଷୟିତ୍ରୀ ବିଦ୍ୟାଳୟରେ ପାଠ ନପଢାଇ ପିଲାଙ୍କୁ ଟିକଟକ ଭିଡ଼ିଓ ଦେଖାଉଥିବା ଅଭିଯୋଗ ହୋଇଛି। ଉକ୍ତ ଘଟଣାକୁ ନେଇ ପିଲାଙ୍କ ଅଭିଭାବକମାନେ ସ୍କୁଲ ଗେଟରେ ତାଲା ପକାଇବା ସହ ଶିକ୍ଷୟିତ୍ରୀଙ୍କୁ ଅନ୍ୟତ୍ର ବଦଳି କରିବା ପାଇଁ ଦାବି କରିଥିବା ସୂଚନା ମିଳିଛି।