ଗାନ୍ଧି ମୂର୍ତ୍ତି ତଳେ ବଜେପି ବିଧାୟକଙ୍କ ଧାରଣା

ଭୁବନେଶ୍ଵର: ବିଧାନସଭା ଶୀତକାଳୀନ ଅଧିବେଶନର ୪ର୍ଥ ଦିନରେ ଗୃହ କାର୍ଯ୍ୟ ଜାରି ରହିଛି। ତେବେ ପ୍ରଶ୍ନକାଳ ଆରମ୍ଭରୁ ବିଜେପି ସଦସ୍ୟମାନେ ସ୍ମିତାରାଣୀ ମୃତ୍ୟୁ ମାମଲାର ସିବିଆଇ ତଦନ୍ତ ଦାବି କରି ପ୍ରତିବାଦ କରିଥିଲେ। ସଦସ୍ୟମାନେ ନିଜ ଆସନରେ ଛିଡ଼ା ହୋଇ ନୀରବ ପ୍ରତିବାଦ ଚଳାଇଥିଲେ। ଏହା ମଧ୍ୟରେ ଗୃହ କାର୍ଯ୍ୟ ଜାରି ରହିଥିଲା। ବାଚସ୍ପତି ବିଜେପି ସଦସ୍ୟମାନଙ୍କୁ ଆସନରେ ବସିଯିବାକୁ ଅନୁରୋଧ କରିଥିଲେ। କିନ୍ତୁ ସେମାନେ ବାଚସ୍ପତିଙ୍କ ଅନୁରୋଧକୁ ପ୍ରତ୍ୟାଖ୍ୟାନ କରିଥିଲେ। ପରେ ସେମାନେ କକ୍ଷ ତ୍ୟାଗ କରି ବାହାରକୁ ଚାଲିଯାଇଥିଲେ। ବିଧାନସଭା ବାହାରେ ଥିବା ଗାନ୍ଧୀ ମୂର୍ତ୍ତି ତଳେ ବିଜେପି ବିଧାୟକମାନେ ଧାରଣା ଦେଇ ପ୍ରତିବାଦ କରିଥିଲେ।