Odisha Link
Bridging the Missing Links in Odisha

ରବିବାର ନୁହେଁ ଏହିଦିନ ହେବ ପାଓ୍ବାର-ସୋନିଆ ବୈଠକ, ମଲ୍ଲିକାର୍ଜୁନ ଖାଡ଼ଗେ କହିଲେ…

ମୁମ୍ବାଇ: ଦିନକୁ ଦିନ ମହାରାଷ୍ଟ୍ର ରାଜନୀତିରେ ଦେଖିବାକୁ ମିଳୁଛି ନୂଆ ଟ୍ବିଷ୍ଟ। କ୍ଷମତା ଯୁଦ୍ଧରେ ଘଡ଼ିକେ ଘଡ଼ି ଛୁଟୁଛି। ମହାରାଷ୍ଟ୍ରରରେ ଶିବସେନା-କଂଗ୍ରେସ-ଏନ୍‌ସିପିର ମେଣ୍ଟ ସରକାର ଗଠନ କରିବାକୁ ଯାଉଥିବା ଚର୍ଚ୍ଚା ଜୋର ଧରିଛି। ଏଥିପାଇଁ ଆସନ୍ତାକାଲି ଏନସିପି ମୁଖ୍ୟ ଶରଦ ପାୱାର କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧିଙ୍କୁ ଭେଟିବାର ଥିଲା। ହେଲେ ଏହି ବୈଠକକୁ ଗୋଟିଏ ଦିନ ଘୁଞ୍ଚାଇ ଦିଆଯାଇଛି। ଅର୍ଥାତ ଏହି ବୈଠକ ରବିବାର ବଦଳରେ ସୋମବାର ହେବ।

ଏଥିପାଇଁ ରବିବାର ସନ୍ଧ୍ୟାରେ ଶରଦ ପାୱାର ମୁମ୍ବାଇରୁ ଦିଲ୍ଲୀ ଅଭିମୁଖେ ଉଡ଼ାଣ ଭରିବେ। ପୂର୍ବରୁ ୩ ଦଳ ମିଳିତ ଭାବେ ସରକାର ଗଠନ କରିବେ ବୋଲି ନିଷ୍ପତ୍ତି ନେଇଥିବା ଜଣାପଡ଼ିଥିଲା। ହେଲେ ଆଜି ଏହି ସରକାର ଗଠନ ଭିତରେ କଂଗ୍ରେସ କେଁ ପୂରାଇଛି।

କଂଗ୍ରେସ ନେତା ମଲ୍ଲିକାର୍ଜୁନ ଖାଡ଼ଗେ କହିଛନ୍ତି, “ ଏଯାଏ ସରକାର ଗଠନ ପାଇଁ କୌଣସି ନିଷ୍ପତ୍ତି ହୋଇନାହିଁ। କେବଳ ୩ ଦଳ ମିଳିତ ଭାବେ ଆଲୋଚନା କରିଛନ୍ତି। ସୋନିଆ ଓ ଶରଦ ବୈଠକ କରିବା ପରେ ଏ ସମ୍ପର୍କରେ ଚୂଡ଼ାନ୍ତ ନିଷ୍ପତ୍ତି ଗ୍ରହଣ କରାଯିବ। କଂଗ୍ରେସ ଏକାକୀ କିଛି ବି ନିଷ୍ପତ୍ତି ନେଇ ପାରିବ ନାହିଁ। ଏନସିପି ଓ କଂଗ୍ରେସ ମିଳିତ ଭାବେ ଆଲୋଚନା କରି ଆଗାମୀ କାର୍ଯ୍ୟପନ୍ଥା ସ୍ଥିର କରିବେ। ସୋନିଆ ଓ ଶରଦ ପାୱାର ମହାରାଷ୍ଟ୍ରରେ ସୃଷ୍ଟି ହୋଇଥିବା ସମସ୍ୟାର ସାମାଧନ କରିବେ। ତେଣୁ ସେ ଯାଏ ସରକାର ଗଠନ ସମ୍ପର୍କରେ କୌଣସି ନିଷ୍ପିତ୍ତି ହୋଇପାରିବ ନାହିଁ।”

Comments are closed.