Odisha Link
Bridging the Missing Links in Odisha

ମୋବାଇଲ ବ୍ୟାଟେରୀ ଫାଟି ଦୁଇ ଭାଇ ଗୁରୁତର

ଖଲିକୋଟ: ଗଞ୍ଜାମ ଜିଲା ଖଲିକୋଟ ବ୍ଲକ ଅନ୍ତର୍ଗତ ନାଇକାଣୀପଲ୍ଲୀ ଗ୍ରାମରେ ମୋବାଇଲ ବ୍ୟାଟେରୀ ଫାଟି ଦୁଇ ଭାଇ ଗୁରୁତର ହୋଇଛନ୍ତି। ସେମାନେ ହେଲେ ଉକ୍ତ ଗ୍ରାମର ବସନ୍ତ ସ୍ବାଇଁଙ୍କ ବଡ଼ପୁଅ ରାଜେଶ ସ୍ବାଇଁ ଏବଂ ସାନପୁଅ ଆକାଶ ସ୍ବାଇଁ।

ମିଳିଥିବା ସୂଚନା ଅନୁସାରେ ରାଜେଶ ଏବଂ ଆକାଶ ନିଜ ଘରେ ମୋବାଇଲ ବ୍ୟାଟେରୀରେ ଖେଳୁଥିବା ବେଳେ କୌଣସି କାରଣରୁ ବ୍ୟାଟେରୀଟି ଫାଟି ଯାଇଥିଲା। ଫଳରେ ଉଭୟଙ୍କ ହାତ, ଗୋଡ଼ ଓ ଶରୀରର ବିଭିନ୍ନ ସ୍ଥାନରେ ଗଭୀର କ୍ଷତ ସୃଷ୍ଟି ହୋଇଥିଲା। ଦୁହିଁଙ୍କୁ ପ୍ରଥମେ ଖଲିକୋଟ ଡାକ୍ତରଖାନାକୁ ଅଣାଯାଇଥିଲା। ସେଠାରେ ପ୍ରାଥମିକ ଚିକିତ୍ସା ପରେ ସେମାନଙ୍କୁ ବ୍ରହ୍ମପୁର ପଠାଯାଇଛି।

Comments are closed.