Odisha Link
Bridging the Missing Links in Odisha

୩୭୦ ପଞ୍ଚାୟତରେ ନାହିଁ ହାଇସ୍କୁଲ

ଭୁବନେଶ୍ବର: ରାଜ୍ୟ ସରକାର ଶିକ୍ଷାକ୍ଷେତ୍ରରେ ଉନ୍ନତି ଆଣିବା ପାଇଁ ଅନେକ ଯୋଜନା ପ୍ରଣୟନ କରୁଛନ୍ତି। ହେଲେ ରାଜ୍ୟର ୩୭୦ଟି ଗ୍ରାମ ପଞ୍ଚାୟତରେ ନାହିଁ ହାଇସ୍କୁଲ। ବିଧାନସଭାରେ ଏଭଳି ସୂଚନା ଦେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ।

ଆଜି ବିଧାନସଭାରେ ବିଜେଡି ବିଧାୟକ କିଶୋର ଚନ୍ଦ୍ର ନାୟକ ପ୍ରଶ୍ନ କରିଥିଲେ ଯେ, ରାଜ୍ୟରେ କେତୋଟି ଗ୍ରାମ ପଞ୍ଚାୟତରେ ହାଇସ୍କୁଲ ନାହିଁ, ଭବିଷ୍ୟତରେ ହାଇସ୍କୁଲ ନ ଥିବା ଗ୍ରାମ ପଞ୍ଚାୟତରେ ହାଇସ୍କୁଲ ଖୋଲିବା ପାଇଁ ରାଜ୍ୟ ସରକାର କି ପଦକ୍ଷେପ ନେଇଛନ୍ତି ? ଏହି ପ୍ରଶ୍ନର ଉତ୍ତର ରଖିଥିଲେ ଗଣଶିକ୍ଷା ମନ୍ତ୍ରୀ ।

ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି, ରାଜ୍ୟରେ ୩୭୦ ଗ୍ରାମ ପଞ୍ଚାୟତରେ ହାଇସ୍କୁଲ ନ ଥିବା ବେଳେ ଆରଏମଏସଏ ନିୟମାବଳୀ ଅନୁସାରେ ହାଇସ୍କୁଲ ପ୍ରତିଷ୍ଠା କରାଯିବା ନେଇ ବ୍ୟବସ୍ଥା କରାଯାଇଛି। ଏଣୁ ହାଇସ୍କୁଲ ନ ଥିବା ଗ୍ରାମପଞ୍ଚାୟତଗୁଡ଼ିକରେ ଆରଏମଏସଏ ନିୟମାବଳୀ ଅନୁସାରେ ଦୂରତା ଓ ଛାତ୍ରଛାତ୍ରୀ ଉପସ୍ଥାନକୁ ଦୃଷ୍ଟିରେ ରଖି ପଞ୍ଚାୟତରେ ଥିବା ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ପରିଣତ କରିବାକୁ ରାଜ୍ୟର ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

Comments are closed.