Odisha Link
Bridging the Missing Links in Odisha

ବୃଦ୍ଧଙ୍କ ଗଳାକାଟି ହତ୍ୟା

ନୟାଗଡ: ନୟାଗଡରେ ବୃଦ୍ଧଙ୍କୁ ଗଳାକାଟି ହତ୍ୟା। ମୃତକ ହେଲେ ମାୟାଧର ପୃଷ୍ଟି। ହତ୍ୟାକାଣ୍ଡର କାରଣ ଅସ୍ପଷ୍ଟ ରହିଛି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ ବ୍ୟବଚ୍ଛେଦ ପାଇଁ ମୃତଦେହ ମେଡିକାଲକୁ ପଠାଇ ତଦନ୍ତ ଆରମ୍ଭ କରିଛି।
ମିଳିଥିବା ସୂଚନା ଅନୁସାରେ ନୟାଗଡ ଜିଲ୍ଲା ଦଶପଲ୍ଲା ସହରର କୃଷ୍ଣ ସରଣପୁର ପାଟଣାରେ ଘରେ ପଶି ବୃଦ୍ଧଙ୍କୁ ଗଳାକାଟି ହତ୍ୟା କରିଛନ୍ତି ଦୁର୍ବୃତ୍ତ। ମୃତକ ହେଲେ ମାୟାଧର ପୃଷ୍ଟି। ପତ୍ନୀ ସ୍କୁଲକୁ ମଧ୍ୟାହ୍ନ ଭୋଜନ ରୋଷେଇ କରିବାକୁ ଯାଇଥିବା ସମୟରେ କେହି ଦୁର୍ବୃତ୍ତ ଘରେ ପଶି ମାୟାଧରଙ୍କ ଗଳା କାଟିଦେଇ କବାଟ ବାହାର ପଟୁ ଶିକୁଳି ଦେଇ ଚାଲିଯାଇଥିଲେ। ଦିନ ୧୨ଟା ସମୟରେ ପତ୍ନୀ ଘରକୁ ଫେରି ମାୟାଧରଙ୍କ ରକ୍ତ ଜୁଡୁବୁଡୁ ମୃତଦେହ ପଡିଥିବା ଦେଖିଥିଲେ। ଖବର ପାଇ ଦଶପଲ୍ଲା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ମେଡିକାଲକୁ ପଠାଇଛି। ତେବେ ହତ୍ୟାକାଣ୍ଡର କାରଣ ଜଣାପଡିନାହିଁ। ପୋଲିସ ଘଟଣାର ଅଧିକ ତଦନ୍ତ ଜାରି ରଖିଛି।

Comments are closed.