Odisha Link
Bridging the Missing Links in Odisha

ପ୍ରତିରକ୍ଷା ସଂସଦୀୟ କମିଟିରେ ସାଧ୍ୱୀ ପ୍ରଜ୍ଞା ସିଂହ ଠାକୁର, କଂଗ୍ରେସ କହିଲା..

ନୂଆଦିଲ୍ଲୀ: ପ୍ରତିରକ୍ଷା ମନ୍ତ୍ରଣାଳୟର ସଂସଦୀୟ ପରାମର୍ଶଦାତା କମିଟିରେ ସ୍ଥାନ ପାଇଛନ୍ତି ବିଜେପି ସାଂସଦ ସାଧ୍ୱୀ ପ୍ରଜ୍ଞା ସିଂହ ଠାକୁର। ରାଜନାଥ ସିଂହଙ୍କ ନେତୃତ୍ୱାଧୀନ ପ୍ରତିରକ୍ଷା ସଂସଦୀୟ କିମିଟିରେ ଆଜି ସାଧ୍ୱୀ ପ୍ରଜ୍ଞା ସିଂହ ଠାକୁରଙ୍କୁ ଆଜି ସାମିଲ କରାଯାଇଛି। ଏଥିସହିତ ଏହି କମିଟିରେ ବିରୋଧୀ ନେତା ଫାରୁକ୍‌ ଅବ୍ଦୁଲ୍ଲା, ତୃଣମୂଳ କଂଗ୍ରେସର ସୌଗତ ରାୟ, ଡିଏମ୍‌କେର ଏ. ରାଜା ଏବଂ ଏନ୍‌ସିପିର ମୁଖ୍ୟ ଶରଦ ପାଓ୍ଵାରଙ୍କୁ ସାମିଲ କରାଯାଇଛି।

ସାଧ୍ୱୀ ପ୍ରଜ୍ଞାଙ୍କୁ ଏହି କମିଟିରେ ସାମିଲ କରିଥିବାରୁ ବିଜେପିକୁ ଟାର୍ଗେଟ କରିଛନ୍ତି କଂଗ୍ରେସ ନେତା। କଂଗ୍ରେସ ସଚିବ ପ୍ରଣବ ଝା କହିଛନ୍ତି, ଏ ଭଳି ବ୍ୟକ୍ତିଙ୍କୁ ପ୍ରତିରକ୍ଷା ପାନେଲ୍‌ରେ ରଖିବା ବିଡ଼ମ୍ବନା। ଏଭଳି ଲୋକଙ୍କୁ ଅନ୍ୟ କୌଣସି ଦଳ ସ୍ଥାନ ନ ଦେବାରୁ ବିଜେପି ତାଙ୍କୁ ଗ୍ରହଣ କରିଛି।

ସୂଚନାଯୋଗ୍ୟ, ସାଧ୍ୱୀ ପ୍ରଜ୍ଞା ହେଉଛନ୍ତି ଭୋପାଳର ସାଂସଦ। ୨୦୧୯ରେ ଅନୁଷ୍ଠିତ ଲୋକସଭା ନିର୍ବାଚନରେ ବରିଷ୍ଠ କଂଗ୍ରେସ ନେତା ତଥା ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଦିଗ୍‌ବିଜୟ ସିଂହଙ୍କୁ ଅନାୟାସରେ ପରାସ୍ତ କରିଥିଲେ। ସେ ଅନେକ ଆପତ୍ତିଜନକ ମନ୍ତବ୍ୟ ଦେଇ ବିଦାଦୀୟ ହୋଇଛନ୍ତି। ୨୦୦୮ ମାଲେଗାଓଁ ବିସ୍ଫୋରଣ ମାମଲାରେ ମଧ୍ୟ ସେ ଅନ୍ୟତମ ଅଭିଯୁକ୍ତ।

Comments are closed.